STORYMIRROR

Anam Charan Sahoo

Others

4  

Anam Charan Sahoo

Others

ଠିକଣା ବାଟ

ଠିକଣା ବାଟ

1 min
242

ଦୁଇ ଦିନର ଜୀବନ ଆମ

ଆସେ ଅନେକ ବାଧା

ଦି' ଛକିରେ ମନ ଅଟକେ

ବୁଝି ନହୁଏ ସିଧା।

ଭବିଷ୍ୟତର କାର୍ଯ୍ୟ ନିର୍ଣ୍ଣୟ

ନେବାକୁ ହୁଏ ଜାଣି

କିଏସେ ଜିତେ କିଏସେ ହାରେ

କିଏ ରଖିଛି ଗଣି।

ଜୀବନେ ମୋର ଘଟିଲା ଏକ

ଜଟିଳ ପରିସ୍ଥିତି

କେଉଁ କାମକୁ କରି ନିଜର

ପାରିବି ବାଜି ଜିତି।

ପାଠ ପଢିବି ମଣିଷ ହେବି

ଅବା କରିବି କାମ

ପାଠ ପଢ଼ିଲେ ଅନେକ କଷ୍ଟ

ଅନେକ ପରିଶ୍ରମ।

ପାଠ ପଢାକୁ ଆଦରି ନେଲି

କଲେଜ ଗଲି ପଢି

ଅନେକ କଥା ଜାଣିଲି ସେଠି

ଜୀବନ ହେଲା ଗଢି।

ଦୁଃଖର ରାତି ହଟିଲା ମୋର

ଆସିଲା ସୁଖ ଦିନ

ଛୋଟ ଶିଶୁଙ୍କୁ କରେ ମଣିଷ

ଆନନ୍ଦ ରହେ ମନ।

ମଣିଷ ହେଲି ମଣିଷ କଲି

ଏଇତ ମୋର ସୁଖ

ଜୀବନେ ଉଇଁ ଜ୍ଞାନ ଅରୁଣ

ହରିଲା ସବୁ ଦୁଃଖ।

ବିପଦ ବେଳେ ଧୈର୍ଯ୍ୟ ଧରିଲେ

ଦିଶେ ସଠିକ ପଥ

ସେହି ନିର୍ଣ୍ଣୟ ଦିଏ ବିଜୟ

ଗଡ଼େ ସଂସାର ରଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍