STORYMIRROR

Lopamudra Parida

Others

2  

Lopamudra Parida

Others

'ତଥାସ୍ତୁ ' ଈଶ୍ବର ଓ ସବୁଜିମା

'ତଥାସ୍ତୁ ' ଈଶ୍ବର ଓ ସବୁଜିମା

1 min
98


ମୋ ସହ ଯେବେ ଦେଖାହେଲା ତାର

ଫଳରେ ଲଦି ହେଇ ଆଶିଷ ପରି ଠିଆ ହୋଇଥିଲା ସେ, 

ଫୁଲ ସବୁରିରେ ସଶ ଭରି ପୂର୍ଣ୍ଣତା ପାଇଥିଲେ ଶାଖା ପ୍ରଶାଖା 

ନଥିଲା ଯଦି କେବଳ ପତ୍ର ।

ରନ୍ଧାଶାଳ ତାର ରାନ୍ଧି ପରଶି ସାରିଥିଲେ 

ଅକ୍ଷୟ ପାତ୍ରରୁ ଶେଷ ଗୋଟି ଅନ୍ନ ।

ଦିଶୁଥିଲା ପରିପୂର୍ଣ୍ଣା ,

କିନ୍ତୁ ପର୍ଣ୍ଣ ଶୂନ୍ଯ ।


ମନ ମୋର ବୁଝିଲାନି 

ପତ୍ରଶୂନ୍ଯତା କୁ ଛୁଇଁ ମୁଁ ବି ଶୂନ୍ୟ ହେଲି 

ମୁହଁ ଶୁଖେଇ, ଆଖି ଭରିଲି 

ସେ ଦିଶିଲା " ମାଆ "ଟେ ପରି

କଥୋପକଥନରେ ସେ କହିଲା,

" ଯା ,ସକାଳେ ଦେଖିବୁ ,

ଏଇ ତ ମୋର ଖୁସି 

ଖୁନ୍ଦି ହେଇ ଭରିଛି ତ ସବୁଠି

ଭାଗ ଭାଗ ହୋଇ

ତୁ ମୁହଁ ଶୁଖେଇଲୁ କାଇଁ ?

ଯା ,ସକାଳେ ଆସିବୁ ।" ।

ନୀରବେ ଓହ୍ଲାଇ ଆସିଲି 

ତା' କଥା ମାନି 

ବିଶ୍ବାସ ର ପୁଞି ଘେନି ।


ଗାଢ ନୀଳିମା ଭେଦି

ସତକୁ ସତ

ରାତି ପାହିନଥାଏ 

ସିନ୍ଦୁରା ଫିଟି ବୁଣି ବିଛାଡି ପଡୁଥାଏ 

ଭୂ ରୁ ଭୂମା ।

ଆଜି ରାତିର ପରୀ ମାନେ 

ଫେରୁଥାନ୍ତି ତାକୁ ସଜେଇଦେଇ 

ଖଦ୍ଯୋତ ପିଠିର ଆଲୁଅରେ 

ବର୍ଣ୍ଣାଳୀ ଝୁଡି ଧରି।


ଇସ୍, 'ଚମତ୍କାର' ସତରେ ହୁଏ ତେବେ 

ରାତାରାତି ଥୁଣ୍ଟା ଶାଖା ଶିଖରେ ଶିଖରେ 

ଭରିପାରେ ଏତେ କୋମଳତା 

ଏତେ ଚଞ୍ଚଳତା 

କେବଳ ତାଙ୍କରି ଆଶିଷର ଇଶାରା 

ସ୍ପର୍ଶରେ 

ଯେ କହିପାରନ୍ତି ' ତଥାସ୍ତୁ '

ଅତୀବ ସ୍ନେହରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍