STORYMIRROR

Alaka Dash

Others

3  

Alaka Dash

Others

ତଥାପି

ତଥାପି

1 min
221


ତୁମେ ଆସ ମାନସ ଦୋଳିରେ 

ଝୁଲି ଝୁଲି କେତେ ରଙ୍ଗେ 

ଅଭିନୟ କରି 

ପ୍ରାଣେ ପ୍ରାଣେ ସ୍ପର୍ଶିତ ହୁଏ 

ତୁମର ବାସ୍ନା 

ଆଷାଢ଼ର ଅଦା 

ମାଟିର ଗନ୍ଧରେ, 

ତୁମରି ପ୍ରେମ ଚନ୍ଦନରେ 

ଚର୍ଚ୍ଚିତ ଭାଲପଟ ମମ, 

ମଳୟ ର ମଧୁଛୁଆଁ 

କରେ ବିଭୋର 

ତୁମରି ମିଠା ସପନ 

ଛୁଆଁରେ 

କୋଇଲିର କୁହୁ ତାନେ ଶୁଭେ 

ବଇଁଶୀର ମଧୁର ସ୍ବନ 

ଆକାଶର ନୀଳ 

ଚାନ୍ଦୁଆରେ ହସି ଉଠ 

ଚାନ୍ଦ ତାରା ସାଥେ ମିଶି, 

ହାତ ଠାରି ଡାକେ ଜହ୍ନ ରାତି

ତୁମରି ଇଂଗିତରେ 

ଗୋଧୂଳି ଲଗନେ 

ମୁଁ ଚାହିଁ ରହେ 

ପ୍ରତୀକ୍ଷାର ସଞ୍ଜ ବତୀ ଜାଳି, 

ରଜନୀଗନ୍ଧାର ବାସ୍ନା 

ମହ ମହ ହୋଇ ଉଠେ 

ଅଭିସାର ଶେଜରେ ମୋ 

ରାତି ତମାମ 

ଫୁଲ ପାଖୁଡାକୁ 

ରଙ୍ଗୀନ କରି 

ରଙ୍ଗୀନ କର ଏ 

ଅର୍ବାଚୀନ ପ୍ରାଣ, 

ସୂର୍ଯ୍ୟର ଆଲୋକରେ 

ଶୋଷିନିଅ ମୋ ମନ 

ପାପ ପଙ୍କର ଗୋଳିଆତକ 

ତମସାକୁ ଦୂରେଇ ଦେଲା ପରି 

ଅଙ୍କା ବଙ୍କା ପଥକୁ ମୋ 

କର ସରଳ ସୁନ୍ଦର 

ତୁମରି କାରିଗରୀ ସ୍ପର୍ଶରେ, 

ତଥାପି !!!! ତଥାପି !!!

ମୁଁ ତୁମକୁ ଛୁଇଁବା ପୂର୍ବରୁ 

ଜାବୁଡି ରଖିବା 

ପ୍ରୟାସ କରୁ କରୁ 

ପ୍ରାଣରେ ପ୍ରାଣକୁ 

ଆକଳନ କରିବା ଆଗରୁ 

ପ୍ରେମ ପଣତରେ ଗଣ୍ଠି 

ପକାଇବା ବେଳକୁ, ବହୁରୂପୀ ସାଜି 

ରଙ୍ଗ ବଦଳାଇ ଦିଅ 

ତୁମେ ଲୁଚିଯାଅ, ହଜିଯାଅ 

ମିଶିଯାଅ ଅସ୍ତରାଗ ଆକାଶରେ 

କମ୍ପିତ କରି ସନ୍ଦେହର ବୁକୁ 

ମନର କୋହରେ 

ଲୁହ ହୋଇ ଝରି ଯାଏ. 

ବାସ ହୀନ ପଲାଶରେ 

ଜଳି ଯାଏ ଅନୁତପ୍ତ ଅଗ୍ନିରେ. 

ହତାଶ ର ପଣତ ଘୋଡେଇ 

ଜୀବନଟା ଲାଗେ ଖାଁ ଖାଁ, 

ଝରିଯାଏ ଝରା ଶେଫାଳିରେ 

ଦୀର୍ଘଶ୍ୱାସ ଛାଡି 

ବିରହର ଗୀତ ଗାଇ ଗାଇ  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍