ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା
ଆଛା ମୋ ପରି ତୁମେ ହୋଇଥିବ କି
ବହୁତ ଲୋଭି ସ୍ବଳ୍ପ ଖର୍ଚ୍ଚି
ବେଶ୍ ଭାବୁକ ପ୍ରଶଂସା ପ୍ରିୟ
ଅଭଦ୍ରମୟ , ଲୋକ ଦେଖାଣିଆ ଭଦ୍ର ପରିଚୟ
ପ୍ରେମ ଶୁନ୍ୟ ଛାତି ଲମ୍ପଟ ମୟ l
ଧେତ୍ କେମିତି ଯେ ତମେ ହୋଇଥିବ?
ମୁଁ ଜାଣେନି ତୁମ ରୂପ ଜାଣେନି ତୁମ ରଙ୍ଗ
ଜାଣେନି ତୁମ ଘର ଜାତି କି ଗୋତ୍ର
ଜାଣେନି ତୁମ ବୟସ ତୁମ ଆୟୁଷ
ଜାଣେନି ତୁମେ ରଣଚଣ୍ଡି କି ସରଷ
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
ଆଛା ତୁମେ ତୁମ କେସ କେମିତି କୁଣ୍ଡୋଉ ଥିବ
ମଝି ସୁନ୍ଥାନି ନା କଡ଼ୁଆ
ନାକରେ ନୋଥ ଥିବ ତ
କେମିତି କା ବିନ୍ଦି ପିନ୍ଧୁଥିବ
କୁନି ଲାଲ୍ ବିନ୍ଦି ନା ଟିକେ ବଡ ଡିଜାଇନର
ଓଠେ ସଦାବେଳେ ହସ ଥିବ
ବୁଲି ବୁଲି ତୁମେ ଚାହୁଁଥିବ
ନା ପରିବେଶ ପରିସ୍ଥିତି ଦେଖି
ନିଜକୁ ସଜାଡି ଦେଉଥିବ
ଜାଣେନି ତୁମ ସଣ୍ଠଣା ଜାଣେନି ପର ଆପଣା
ଜାଣେନି ତୁମେ କେତେ ସମର୍ପିତା
କେମିତି କା ମନୋଭାବନା
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
ବିୟୂଟିପାର୍ଲର ମାସକୁ ହଜାରେ ଦେଉଥିବ
ନା ବଟା ହଳଦୀ ଫେୟାରଲଭଲି
ସ୍କୁଲ ବେଳୁ ତୁମ ସାଥେ ଥିବ
ଜାଣେନି ତୂମ ଠାରେ ଭରା
କେତେ ଆକୁଳତା କେତେ ମାଦକତା
କେତେ କଷ୍ଟ ବ୍ୟଥା କେତେ ମଧୁ ମିଠା
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
କେହି ହୃଦେ ସାଇତା ପ୍ରିୟ ଥିବେକି
ଭକ୍ତିର ବାହାନା କରି
ଗ୍ରାମଦେବୀ ସିନ୍ଦୂର ସିନ୍ଥିରେ ଭରି
ପ୍ରେମିକ କୁ ସ୍ବାମୀ ସଜେଇଥିବ
ଶୁଭକାମନା ସବୁ ପ୍ରାର୍ଥନା
ତାଙ୍କଠି ଆରମ୍ଭ ତାଙ୍କଠାରେ ସାରି ଦେଉଥିବ l
ଜାଣେନି ତୁମ ପ୍ରେମ ଜାଣେନା ତୁମ ନାମ
ଜାଣେନି ତୁମ ଭିଜା ଅତୀତ
ଆଉ କିଛି ବଦନାମ
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
ଥିବ କି ବାଡ଼ିରେ ଲାଲ୍ ଗୋଲାପ ର ବଗିଚା ଟେ
ପ୍ରିୟତମ ତୁମ ଭଲ ହୋଇଥାଉ
ମାନସିକ କରି
ସାଇ ପାଦ ତଳେ ପ୍ରତ୍ୟେକ ଟି ଫୁଲ ଦେଉଥିବ
ଧଣୁଆ ଗାଈ ଟେ ଘରେ ଥିବ
ଭଲ ଘର ଭଲ ବର ପାଇବାକୁ
ପ୍ରତି ସୋମବାରେ ଶିବ ଲିଙ୍ଗେ
ଖାଣ୍ଟି କ୍ଷୀର ଗ୍ଲାସେ ଢାଳି ଦେଉଥିବ
ଗୀତା ଭାଗବତ ପଢୁଥିବ
ପୁଣି ମଝିରେ ମଝିରେ ଝୁଣ୍ଟୁଥିବ
ସ୍ବର ନାହିଁ ବୋଲି ମନେ ମନେ ଦୁଃଖି ହେଉଥିବ l
କେ ଜାଣେ ନାସ୍ତିକ ବି ହୋଇପାର ତୁମେ
ଜାଣେନି ତୁମ ଭକ୍ତି ଜାଣେନି ତୁମ ଶକ୍ତି
ଜାଣେନା ତୁମ ଅବିଶ୍ବାସ ବିଶ୍ବାସ
କାହାକୁ ଭାବ ତୁମେ ତୁମ ଶକ୍ତି
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
ନୂଆ ନୂଆ ରନ୍ଧା ଶିଖୁଥିବ
ତରକାରୀ ଲୁଣି ପାଣି ଧଙ୍କସର ଡାଲି
ଭାତ ଯାଉ କରି ଥୋଉଥିବ
ମାଂସ ଦରସିଝା କରୁଥିବ
ଚୁନା ମାଛ ବାଛି ଆସୁନଥିବ
ସେଣେ ରୁଟି ଓଡ଼ିଶା ମ୍ୟାପ୍ ର ବନୁଥିବ
" ଆଲୋ ଶାଶୂଘର ଯାଇ ନାଁ ସାରିବୁକି "
ବୁଢ଼ୀ ମା' ସଦା କହୁଥିବ
ତମେ ଗୋଡ଼କୁ କଚାଡି
ଆଖିକୁ ଭିଜେଇ
ନାକ ସୁକୁ ସୁକୁ କରି ଦେଉଥିବ
ପୁଣି ବାହାହେବି ନାହିଁ କହୁଥିବ
ସତରେ ତୁମେ କେତେ ନିରିମାଖି ହୋଇଥିବ l
କମେଣ୍ଟ୍ ମାରିଲେ ଚାଲିଯାଅ ନିଜ ବାଟରେ
କି ଜବାବ ଦିଅ ଟୋକା ମୁହଁ ରେ
ଜାଣେନା ତୁମ ଚାହାଣୀ ଜାଣେନି ତୁମ କାହାଣୀ
ଜାଣେନି ତୁମ ସରଳତା ପଣ
କି ଗାଳି କରିବାରେ କେତେ ମାହିର
ଜାଣିନି ତୁମ ନଖରାମି ପୁଣି ଜାଣିନି ତୁମ ଫାଜିଲାମି
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
ହେସ୍ କେଜାଣି କେମିତିକା ତୁମେ ହୋଇଥିବ
ଜାଣେନା ତୁମ ଭାବନା ଜାଣେନା ତୁମ ଛଳନା
ଜାଣେନା ତୁମ ଯାତନା ଜାଣେନା ତୁମ ପ୍ରେରଣା
ଜାଣେନା ତୁମ ଛନ୍ଦ କପଟ ଭଲପାଇବାର ପାଉଣା
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା
ତଥାପି ତୁମକୁ ଅପେକ୍ଷା l
