Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Others

3.4  

Baijayantimala Rout

Others

ତଥାପି ଆମେ ସ୍ବାଧୀନ

ତଥାପି ଆମେ ସ୍ବାଧୀନ

1 min
46


ଦାନା ଟିକେ ପାଇଁ କାନ୍ଦୁଛି ଗରିବ

ଯନ୍ତ୍ରଣା ଭରା ଜୀବନ ,

ତଥାପି ଆମେ ସ୍ୱାଧୀନ ।


କାନ୍ଦୁଛି ବେବିନା, ଇତିଶ୍ରୀ , ନିର୍ଭୟା

ଚାଲିଗଲା ତାଙ୍କ ପ୍ରାଣ ,

ତଥାପି ଆମେ ସ୍ୱାଧୀନ ।


ପେଟ ପାଇଁ ଏଠି ମାଆ ବିକେ ଛୁଆ

ଅନ୍ତର କରେ କ୍ରନ୍ଦନ ,

ତଥାପି ଆମେ ସ୍ୱାଧୀନ ।


ନିରୁପାୟ ହୋଇ ଚାଷୀ କରେ ଏଠି

ଆତ୍ମହତ୍ୟା ପ୍ରତିଦିନ ,

ତଥାପି ଆମେ ସ୍ୱାଧୀନ ।


ନ୍ୟାୟ ପାଇଁ ଆଜି ସାଧାରଣ ଲୋକ

ହୁଏ କେତେ ହୀନିମାନ,

ତଥାପି ଆମେ ସ୍ୱାଧୀନ ।


ଗରିବ ପେଟକୁ ଲାତ ମାରି ଏଠି

ଦଲାଲ କରେ ଲୁଣ୍ଠନ ,

ତଥାପି ଆମେ ସ୍ୱାଧୀନ ।


ଯୌତୁକ ଜୁଇରେ ଜଳେ ଆଜି ନାରୀ

ହାନି ହୁଏ ତା ସମ୍ମାନ ,

ତଥାପି ଆମେ ସ୍ୱାଧୀନ ।


କନ୍ୟା ଭୃଣ ହତ୍ୟା ହୁଏ ଏଠି ନିତି

ହୁଅଇ ନାରୀ ଧର୍ଷଣ ,

ତଥାପି ଆମେ ସ୍ୱାଧୀନ ।


ପରାଧୀନ ପାଶେ ବନ୍ଧା ପଡିଅଛି

ଆମ ଦେଶର ସ୍ୱାଧୀନ ,

ତଥାପି ଆମେ ସ୍ୱାଧୀନ ।



Rate this content
Log in