STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଠାକୁର

ଠାକୁର

1 min
246


ଠାକୁର ମୋର ଠାକୁର

ତୁମେ ପରା ଜୀବନ ମୋର

ମୋ ଜୀବନ ତୁମରି ଦାନ

ତୁମ ପାଇଁ ପାଇ ଅଛି ମାନ ସନମାନ

ତୁମରି ଇଚ୍ଛା ରେ ଜଗତ ଚାଲିଛି

ମୋ ଜୀବନ ତୁମରି କୃପାରୁ

ଆଗକୁ ଯାଉଛି,

ତୁମ ବିନା କିଏ ଠାକୁରେ ମୋ ନିଜର

ଧନ ଜନ ଯୌବନ ସବୁତ ତୁମର

ମୋ ନିଜକୁ ତୁମରି ପାଖରେ କରିଛି 

ଅର୍ପଣ,

ତୁମରି ଛନ୍ଦା ଚରଣେ ଦେଇଥିବ ଶରଣ

ତୁମରୀ ଭୁଜ ତଳେ ସଦା ମତେ ରଖି ଥିବ

ତୁମେ ପର କରି ଦେଲେ ଏ ଜୀବ କାହାର ହେବ

ସବୁ ଛାଡି ତୁମକୁ ମୁହିଁ ଭଜୁଛି

ତୁମେ ମୋ ସାହା ଭରସା ଏତିକି 

ଜାଣିଛି !

ତୁମେ ମୋର ଗଳା ମାଳି ମୋ ହୃଦୟ ସଙ୍ଖାଳି

ତୁମରି ଚରଣେ ମନ ରହୁ ଠାକୁରେ

କରୁଅଛି ଅଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍