ତରୁଣ
ତରୁଣ
ନବ ନବ ଯୁଗର ତରୁଣ ବାଳକ
ଉଲ୍ଲାସ କରାଇବା,
ବକ୍ଷ ଶୋଷିତ ଲକ୍ଷ୍ୟ ଜୀବନ
ଜାଗ୍ରତ କରାଇବା ।
ମରିଗଲେ ପଛେ ମରିଯିବୁ ଆମେ
ଦେଶ ପାଇଁ ଦେବୁ ଜୀବନ,
ଯାହା ହେଲେ ବି ମୋ ମାଟିକୁ
ଦେବୀ ମୋ ଧନ ଜନ ।
ମୁଁ ହିତ ତରୁଣ ବାଳକଟିଏ
ରଖିବି ମୋ ମାନ,
ଯେମିତି ହେଲେବି ମୋ ମାତୃଭୂମିର
ଗୌରବ ସମ୍ମାନ ।
ଛୋଟ ଝରଣା ଝରି ଝରି ଚାଲିଥାଏ
ହସି କୁଳୁ କୁଳୁ ନାଦ,
ମୁଁ ବଡ଼ ହେଲେ ରଖିବି ଜାତି ଗର୍ବ
ସାହସରେ ରଖିବି ସୀମାରେ ପାଦ ।
ଆଜି ସିନା ମୁଁ ତରୁଣ ହୋଇଛି
କଲି ତ ହେବି ଯୁବା,
ମୋ ଦେଶବାସୀ ମାଟି ମାଆର ପାଇଁ
ଜୀବନ ବାଜି ଦେଇ କରିବି ସେବା ।
