ତରୁଣ(ଜୁଆନ )
ତରୁଣ(ଜୁଆନ )
ଜୁଆନ ସମିଆଁ ଥି ମୋର୍ ଜୀବନ୍
ହେଉଛେ କେତେ ଛଟପଟ୍,
ଧଏନ୍ ଧଏନ୍ ହୋ ମାହାପୁରୁ
ଘିଚି ନେଉଛ ମୋର୍ ରକତ୍ ।
ଅକାଳ୍ ବେଲେ ମାଁ, ବୁଆ କେ ନେଲ
ସୁରୁ ସୁରୁ ଅଛନ୍ ବହେନ୍ ଭାଇ,
ଥରେହେଲେ ନାଇଁ ଭାବ୍'ଲ କାଏଁ
କେନ୍ତା ଚଲବା ପରିବାର୍ ତାହିଁ ।
ଅକାଳ୍ ଚଡକ୍ ମାଏଲା ବାଗିର୍
ଜୁଆନ ବୟସ ଗଲାନ ସରି,
ବେଲେ ଖାଏଲେ ବେଲେ ନାଇଁ
କେତେ ଲୋକ୍'କୁ କେତେ କରୁଛେ ଗୁହାରୀ ।
ଲୋକ୍'ମାନେ କହୁଛନ୍ ଭେଡିଆ ହେଲୁନ
ବିହାଚୁରା କେଭେ ହେବୁ,
ବୟସର୍ ଡଙ୍ଗା ଗଢିଗଲେ
କାହାକେ କାଣା ମୁହୁ ଦେଖାବୁ ।
ସହି ନାଇଁ ହେବାର୍,କି କହି ନାଇଁ ହେବାର୍
ସୁନି ସୁନି ଦିନ୍ ଯାଉଛେ ଗଡି,
ସକାଳୁ ଉଠ୍'ଲେ ରାଏତ୍ ତକ୍
କାମ୍ କରି କରି ପାଚିଗଲାନ ମୋର୍ ଡାଢି ।
ସୁରୁ ସୁରୁ ଭାଇ, ବୁହେନ୍'କେ ମୋର୍
ନାଇଁ ଦେଇ ପାରବାର୍ କପଡା ଖଣେ,
ଘର୍,ଦୁଆର୍ ଟିକେ ସଲ୍'ଖେଇ ନୁହେପାରେ
ଧଙ୍ଗରା ବୟସ ଗଡି ଯାଉଛେ ଇଆଡେ ।
ଜୁଆନ ବୟସେ ମୋର୍ କପାଳେ
ବନେ ଦୁଃଖ୍ ଲେଖିଦେଇଛ ମାହାପୁରୁ,
ଟିକେ ତ ହେଲେ ଦୟା, ମାୟା କର
ତମ୍'କୁ ଗୁହାରି କରୁଛେ ଦୁରୁ ।
