STORYMIRROR

Chittaranjan Nanda

Others

4  

Chittaranjan Nanda

Others

ତୃଷ୍ନା ବୈତରଣୀ ନଦୀ ପରି

ତୃଷ୍ନା ବୈତରଣୀ ନଦୀ ପରି

1 min
335

ସବୁ କିଛି ଯାହା ଦେଖୁଛେ ଅନିତ୍ୟ 

ଅଟଇ ଏହି ବିଶ୍ୱରେ  

ଆଜି ନରହେ କାଲି ପରିବର୍ତ୍ତନଶୀଳ 

ସବୁ କିଛି ଏ ଦୁନିଆରେ |୧|


କ୍ରୋଧ ଯମରାଜ ସଦୃଶ କାର୍ଯ୍ୟ କରି 

ଥାଏ ସଦାବେଳେ  

ସମସ୍ତ ପ୍ରକାର କଳି ତକରାଳ ଜାତ 

ହୁଏ କ୍ରୋଧର ବଳେ |୨|


ମଣିଷର ତୃଷ୍ଣା ବୈତରଣୀ ନଦୀ ପରି 

ସଦା ଅମାନିଆ

ଯେତେ ପାଇଲେ ମଧ୍ୟ ତାହାର ଆଶା 

ହୁଏ ଲମ୍ବାଳିଆ |୩|


ଲମ୍ବାଳିଆ ଆଶାରୁ ଲୋଭ ହୁଏ ମିଥ୍ୟା 

ପଥରେ ଧାବମାନ

ମଣିଷ ଭୁଲି ଯାଏ କାମନା ଅଟେ ଆମର 

ଦୁଃଖର କାରଣ |୪|


ମଣିଷ ଏକ ସାମାଜିକ ପ୍ରାଣୀ ଆମେ 

ସମସ୍ତେ ଜାଣିଛେ 

ସମସ୍ତ ମଣିଷ ପରସ୍ପରାବଲମ୍ବୀ ହୋଇ 

ପରା ଚଳୁଛେ |୫|


ମନେରଖ ବିଦ୍ୟା ସଦା ସର୍ବଦା ପରା 

କାମଧେନୁ ଆମର 

ମଣିଷ ବିଚାର ଶକ୍ତିକୁ ଉପଯୋଗ 

କରେ ବିଦ୍ୟା ବଳର |୬|


ବିବେକ ଦ୍ୱାରା ଜାଣ ଅନିତ୍ୟକୁ ସ୍ୱୀକାର 

ଯେବେ କରିବ 

ମଣିଷ କ୍ରୋଧ ତୃଷ୍ନା ଲୋଭର କେବେ 

ବଶବର୍ତ୍ତୀ ନହୋଇବ |୭|


ସତ୍ୟର ପଥରେ ଚାଲିଲେ ପାଇବା 

ସନ୍ତୋଷ ନନ୍ଦନ ବନ

ଆମେ ସଠିକ ଭାବେ ଚାଲିଲେ କରିବା

ଗୌରବମୟ ଜୀବନ ଯାପନ |୮|



Rate this content
Log in