Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Pati

Others

3  

Bhagirathi Pati

Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
186



ତିନୋଟି ରଙ୍ଗରେ ଉଡେ ଫରଫର

ଏ ଦେଶର ପ୍ରତିନିଧି 

ତିନୋଟି ରଙ୍ଗର ପ୍ରତୀକ ସୂଚାଏ

ତ୍ରିରଙ୍ଗା ନାମ ରହିଛି ।

ଉଣେଇଶ ସତ୍ ଚାଳିଶି ବାଇଶ ତାରିଖ

ପ୍ରସ୍ତୁତ ହୋଇଲା ଜାଣ  

ପିଙ୍ଗଳ ଭେଙ୍କୟା ଦ୍ୱାରା ହୋଇ ଥିଲା

ନିର୍ଦ୍ଦିଷ୍ଟ ଶୈଳୀରେ ନିର୍ମିତ।

ଉପରେ କେଶରୀ ଦେଶବାସୀଙ୍କର

ସାହାସ ବୀରତ୍ୱ ସୂଚାଇ ଥାଏ 

ସତ୍ୟ ଶାନ୍ତିର ଧଳା ରଙ୍ଗ ଅଟେ

ସବୁଜ ରଙ୍ଗଟି ଭାତୃତ୍ୱ ବହନ କରେ।

ଅଶୋକ ଚକ୍ରଟି ଦେଶର ପ୍ରଗତି

ତା ଠାରୁ ପ୍ରେରଣା ମିଳେ 

ନାଗରୀକଙ୍କୁ ଦେଶ ଭକ୍ତି ର

ମହାନ୍ ବାରତା ଦିଏ।

ଜାତି ଧର୍ମ ବର୍ଣ୍ଣ ସଭିଏଁ ସମାନ

ଫୁଲ ଗୁନ୍ଥା ମାଳ ପରି 

ସେନେହ ସୂତା ରେ ମମତା ଫୁଲକୁ

ଭକତି ଆଞ୍ଜୁଳା କରି।

ସ୍ଵାଧୀନତାର ପଞ୍ଚସ୍ତରି ବର୍ଷ

ଆମର ସୈ‌।ଭାଗ୍ୟ ଆସିଛି 

ଜାତୀୟ ସଂଗୀତ ଗାଇ ତାର ପାଖେ

ତ୍ରିରଙ୍ଗା ଯେ ଉଡୁଅଛି ।

ତ୍ରିରଙ୍ଗା ଯେ ଉଡ଼ୁଅଛି।



Rate this content
Log in