Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhagirathi Pati

Classics

4.0  

Bhagirathi Pati

Classics

ପାର୍ବଣେ ନବ ଦୁର୍ଗା

ପାର୍ବଣେ ନବ ଦୁର୍ଗା

1 min
159



ନିର୍ମଳ ଆକାଶେ କାସତଣ୍ଡୀ ଫୁଲେ

    ଶରତ ରେ ପାଉ ପୂଜା,

ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ମା

    ନବରାତି ହୁଏ ପୂଜା ।


ରାକ୍ଷସ ମାନଙ୍କ ଦୁର୍ଗ ନାଶ କରି

    ଦୁର୍ଗା ଭାବେ ହେଲୁ ପୂଜିତା,

ଆଦି ଶକ୍ତି ର ପ୍ରଥମ ସ୍ୱରୂପା

   ଶୈଳପୁତ୍ରୀ ପାଉ ତୁ ପୂଜା ।


ମନ୍ତ୍ର ଜପାମାଳି କମଣ୍ଡଳୁ ଧାରୀ

   ବ୍ରହ୍ମଚାରିଣୀ ତୋ ନାମ,

ଚିତ୍ରଘଣ୍ଟା ନାମେ ଦେବୀ ଉଗ୍ରରୂପ

    ଅସ୍ତ୍ର ଶସ୍ତ୍ର ରେ ମାଆ ପୂଜିତ ।


ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି

    ଦେବୀ ଅଷ୍ଟଭୁଜା ମା କୁଷ୍ମାଣ୍ଡା,

ଦେବୀ ଚତୁର୍ଭୁଜା କାର୍ତ୍ତିକେୟ ମାତା

   ସ୍କନ୍ଦମାତାରୂପେ ପୂଜିତା ।


ଋଷି କାତ୍ୟାୟନ ଙ୍କର କନ୍ୟାରୂପେ

   ନାମ ନେଲୁ କାତ୍ୟାୟନୀ,

ବିକଟାଳ ରୂପ ସପ୍ତମ ଦିବସେ

   ନାମ ତୋର କାଳରାତ୍ରି ।


ମାତା ମହାଗୌରି, ସିଦ୍ଧି ଦାତ୍ରୀ ଦେବୀ

    ପୂଜା ପାଉ ନବ ଦିନ,

ଏ ସାରା ବିଶ୍ୱକୁ ରକ୍ଷା କର ମାତ ।


Rate this content
Log in