STORYMIRROR

Akshaya Dash

Children Stories Action Children

4  

Akshaya Dash

Children Stories Action Children

ତୋଟା

ତୋଟା

1 min
4

ବଇଶାଖ ମାସ ଖରାରେ,

ତାତି ଉଠୁଥିଲା ଧରାରେ।

ଯାଉଥିଲି ଚାଲି ପାଟ ରେ,

ଘୁରିଗଲା ମୁଣ୍ଡ ବାଟରେ।

ଉପାୟ ନଥିଲା ହାତରେ,

ପ୍ରାଣ ବଂଚିବାକୁ କାତରେ।

ଗଛଟିଏ ଦିଶେ ଆଗରେ,

ବସିଗଲି ଯାଇ ବାଗରେ।

ଛାଇ ପାଇହାଇ ଆସେରେ,

ମଳୟ ପବନ ବାସେରେ।

ଭୋକ ଶୋଷ ଭୂଲି ଭୋଳରେ,

ଶୋଇଗଲି ତ।‘ର କୋଳରେ।

ସପନ ଦେଖିଲି ସତେକି,

ଗଛ କହୁଥିଲା ମତେକି।

ଦିଏ ନାନା ଜାତି ଫଳକୁ,

କୁହେ ଖାଅ ପାଅ ବଳକୁ।

ଡାଲିମ୍ବ କମଳା କଦଳୀ,

ବଣର କୋଳି ଆମ୍ବ ଭଳି।

ମହୁ ଝରୁଥିଲା ପାଟିରେ,

ଖାଉଥିଲି ହାତ ଚାଟିରେ।

ବାଘ ଭାଲୁ ହାତୀ ସାଥିରେ,

ଦିନ ଗଡ଼ିଗଲା ମାତିରେ।

ଝରଣାଟି ଝରି ଆସେରେ,

ମହୁଲଟି ପଡ଼ି ବାସେରେ।

ଦିନପରେ ଆସେ ରାତିରେ,

ଶୋଇପଡେ ବନ ମାତିରେ।

କାକଳି ଶବଦେ ସକାଳେ,

ଭାଙ୍ଗିଗଲା ନିଦ ଅକାଳେ।

ଗଛଛାଇ ତଳେ ଶୋଇଛି,

ବେଲବୁଡ଼ି ସଂଜ ହୋଇଛି।

ମଥାପିଟି କହେ ଗଛକୁ,

ସବୁକାମ ଥାଉ ପଛକୁ।

ବନାନୀ ଜଙ୍ଗଲ ଗଢିବି,

ତୋକୋଳରେ ସଦା ବଢିବି।।


Rate this content
Log in