STORYMIRROR

Sivaram Thakur

Others

3  

Sivaram Thakur

Others

## ତୋତେ ରାମ ବୋଲି ତୋତେ କୃଷ୍ଣ ବୋଲି

## ତୋତେ ରାମ ବୋଲି ତୋତେ କୃଷ୍ଣ ବୋଲି

1 min
66

     

ନୀଳାଚଳ କୁଞ୍ଜବିହାରୀ

    ତୋତେ ରାମ ବୋଲି

        ତୋତେ କୃଷ୍ଣ ବୋଲି

            ତୋତେ କାହ୍ନୁ ବୋଲି

                ତୁଣ୍ଡେ ଉଚ୍ଚାରୁ ଥିବିରେ

                    ନୀଳାଚଳ କୁଞ୍ଜବିହାରୀ ॥୧॥

ତୋର ପାଦପଦ୍ମରେ ନିତି

    ପୂଜୁଥିବି ମୁଁ ଦିବାରାତି

        ତୋତେ ବ୍ରହ୍ମା ବୋଲି

            ତୋତେ ବିଷ୍ଣୁ ବୋଲି

                ତୋତେ ସଦାଶିବ ବୋଲି

                    ଉଚ୍ଚାରୁ ଥିବିରେ

                        ନୀଳାଚଳ କୁଞ୍ଜବିହାରୀ ॥୨॥

ମିଛମାୟା ଏହି ସଂସାର

    ତୋରି ଅଟେ ଏ ଖେଳଘର

        ତୋତେ ଜଗା ବୋଲି

            ତୋତେ ସଖା ବୋଲି

                ତୋତେ ରାମ କୃଷ୍ଣ ବୋଲି

                    ଉଚ୍ଚାରୁ ଥିବିରେ

                        ନୀଳାଚଳ କୁଞ୍ଜବିହାରୀ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍