## ତୋତେ ରାମ ବୋଲି ତୋତେ କୃଷ୍ଣ ବୋଲି
## ତୋତେ ରାମ ବୋଲି ତୋତେ କୃଷ୍ଣ ବୋଲି
ନୀଳାଚଳ କୁଞ୍ଜବିହାରୀ
ତୋତେ ରାମ ବୋଲି
ତୋତେ କୃଷ୍ଣ ବୋଲି
ତୋତେ କାହ୍ନୁ ବୋଲି
ତୁଣ୍ଡେ ଉଚ୍ଚାରୁ ଥିବିରେ
ନୀଳାଚଳ କୁଞ୍ଜବିହାରୀ ॥୧॥
ତୋର ପାଦପଦ୍ମରେ ନିତି
ପୂଜୁଥିବି ମୁଁ ଦିବାରାତି
ତୋତେ ବ୍ରହ୍ମା ବୋଲି
ତୋତେ ବିଷ୍ଣୁ ବୋଲି
ତୋତେ ସଦାଶିବ ବୋଲି
&
nbsp; ଉଚ୍ଚାରୁ ଥିବିରେ
ନୀଳାଚଳ କୁଞ୍ଜବିହାରୀ ॥୨॥
ମିଛମାୟା ଏହି ସଂସାର
ତୋରି ଅଟେ ଏ ଖେଳଘର
ତୋତେ ଜଗା ବୋଲି
ତୋତେ ସଖା ବୋଲି
ତୋତେ ରାମ କୃଷ୍ଣ ବୋଲି
ଉଚ୍ଚାରୁ ଥିବିରେ
ନୀଳାଚଳ କୁଞ୍ଜବିହାରୀ ॥୩॥