ତୋହରି ପରି
ତୋହରି ପରି
ମହୀ ମଣ୍ଡଳରେ ନାହିଁ କେହି ତ
ପ୍ରଭୁ ତୋହରି ପରି
କ୍ଷିତିରେ କ୍ଷଣିକେ ବାନ୍ଧେ ଯିଏ ତ
ଭକ୍ତ ଭାବରେ ଡୋରି
କ୍ଷଣ ଭରେ ପୁଣି ନେଇ ଯାଏ ତ
ଭକ୍ତ ମନକୁ ଚୋରି
ଜଗତ କାଳିଆ ଜଣେ ଯିଏ ତ
ସେ ନୀଳାଦ୍ରି ବିହାରୀ
କୈବର୍ତ୍ତ ଯେମନ୍ତ ତୋତେ ପାଇଲା
ପାଦ କ୍ଷାଳନ ତୋର
ଦେଲ କି ସୁଖ୍ୟାତି ତାକୁ ଜଗତେ
ଆର୍ତ୍ତ ଫେଡିଣ ତାର
କ୍ଷମାର ଭଣ୍ଡାର ରଖେ କିଏ ତ
ଚକା ଆଖି ଯାହାର
ଛପନ ଭୋଗକୁ ଖାଏ କିଏ କି
ସେହି କଳା ଠାକୁର
ପୁରୁଷ ଉତ୍ତମ ଏଠି ଜଣେ ତ
ଦୁଃଖ କରେ ଯେ ଦୂର
ଭକତ ଜନରେ ବନ୍ଧୁ ସେହି ତ
ଭକ୍ତ ବାନ୍ଧବ ସ୍ଵର
ଭକତିରେ ଭାବ ତୋର ପୁରେ ତ
ଭୋଗ ନେଉ ଛଡାଇ
ମହୀ ମଣ୍ଡଳରେ ତୋର ଖ୍ୟାତି କି
ହୁଏ କାରଣ ସେହି
ଯା’ ପାଖେ ରହିଛି ଏତେ ଗୁଣ ତ
ଗୁଣି ଜନରେ ଭାର
ଅଜ୍ଞାନରେ ଦୋଷ ଧରେ ନାହିଁ ତ
ଦିଏ ଶରଣ ତାର....
ପ୍ରଶାନ୍ତ କୁମାର ହୋତା
