STORYMIRROR

Bunee Tripathy

Others

4  

Bunee Tripathy

Others

ତୋ ଗାଆଁ

ତୋ ଗାଆଁ

1 min
356

ତୁମ ଗାଆଁ ବାଟେ ଯିବାପାଇଁ ସାଥି

    ବ୍ଯାକୁଳିତ ହୁଏ ମନ

ପ୍ରକୃତି ସୁଷମା ଭରି ରହିଅଛି

   ମନ ହୁଏତ ଉଚ୍ଛନ୍ନ।


ଧାଡିଧାଡି ହୋଇ ରହିଅଛି ପରା

   ପର୍ଣ୍ଣକୁଟିର ମାନ

ଧବଳ ଟଗର ସୁଶୋଭିତ ପର

   ତୁମ ଗାଆଁ ବାଟମାନ।


କୂଳୁକୂଳୁ ହୋଇ ଯାଉଅଛି ବୋହି

   ଗିରିନନ୍ଦିନୀ ସେ ପରା

ତା କୂଳ ପଥରେ ବସିଥିବୁ ତୁହି

   ବୁଡାଇ ଚରଣ ପରା।


ପାହାନ୍ତି ଆକାଶ ନାଲି କିରଣ ତ

   ଛୁଉଁଥିବ ତନୁ ତୋର

କେତେ ହତଭାଗା ପାରୁନାହିଁ ଛୁଇଁ

   ପ୍ରିୟାର ପଣତ ମୋର।


ହମାରଡି ଦେଇ ଡାକୁଥିବ ଧେନୁ

   ପହ୍ନାରେ ଭରିଛି କ୍ଷୀର

ମୁଣ୍ଡକୁ ବାଡେଇ ଖାଇଦେଲେ ବତ୍ସା

   କ୍ଷୀରରେ ଭରେତ ଚୀର।


କୃଷକ ଭାଇ ତ ଗୀତ ଗାଇଗାଇ

   ହରଷେ ଯାଏ ତା ବିଲେ

ଲକ୍ଷ୍ମୀ ପରା ମାତା ଉଭ ହୋଇଛନ୍ତି

   ନାହିଁ କେହି ତାଙ୍କ ତୁଲେ।


 ଗୋଧୂଳି ଲଗନେ ହୋଇ ଡବାଟ ଦେଇ

   ଫେରୁଥାନ୍ତି ଧେନୁପଲ

ଗାଆଁ ମାଟି ଧୂଳି ସମୀରେ ମିଶଇ

   ବୋଳିହୁଏ ଦେହେ ତୋର।


ତୋ ଗାଆଁ ଆକାଶେ ସଞ୍ଜ ନଈଆସେ

  ଦୀପଜାଳେ ଭୂଆସୁଣୀ

ଚଉରା ମୂଳରେ ସଞ୍ଜବତୀ ଦେଇ

  ବୋଲାଏ ଅୟିସୁଲକ୍ଷଣୀ।


କଳା ଓଢଣୀରେ ଆଚ୍ଛାଦିତ ହୋଇ

   ଆସଇ ରଜନୀରାଣୀ

ଶୂନଶାନ ହୁଏ ତୋ ଗାଆଁ ମୂଲକ

  ଶୋଉ ମୋର ଅଭିମାନୀ।


ପ୍ରିୟତମା ମୋର ରହେ ଯେଉଁଠାରେ

   ସବୁଠୁଁ ଆପଣା ମୋର

ତୋ ଗାଆଁ ପଵନ ମୋ କାନ କୁହଇ

   ବାରତା ପରା ତୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍