ତୋ ଛଳନା
ତୋ ଛଳନା
କିଏ ଡ଼ାକିବ ମୋତେ କହି ଚଣ୍ଡୀ ପାଗେଳୀ
ହାତକୁ ଛାଡି ଦୂରେଇ ଗଲୁ ମୋ କଥା ଭୁଲି
କେତେ ସ୍ନେହରେ ଗଢି ମୁଁ ଥିଲି ଛୋଟ ନଅର
ନିଜ ହାତରେ ଭାଙ୍ଗି ତୁ ଦେଇ ହୋଇଲୁ ଦୂର l
ତୁ ଥିଲୁ ମୋର କହ୍ନେଇ ଆଉ ମୁଁ ତୋ ରାଧା
ସପନ ସବୁ ଭାଙ୍ଗି ତ ଗଲା ପ୍ରେମ ଯେ ଅଧା l
ମିଛ ଯେ ଥିଲା ତୋ ପ୍ରତିଶୃତି ବୁଝି ନଥିଲି
ଶଙ୍ଖା ସିନ୍ଦୂର ଦେବା ତୋ ମିଛ ବୁଝି ମୁଁ ଗଲି l
କେତେ ସପନ ଦେଖେଇ ଥିଲୁ ଅର୍ଦ୍ଧ ରାତ୍ରିରେ
ବୟସ ଶେଷେ ତୁ ଥିବୁ ପରା ମୋରି ପାଖରେ l
ଜୀବନେ କେବେ ଛାଡ଼ିବୁ ନାହିଁ ହାତକୁ ମୋର
ଏକାଠି ହୋଇ ମରିବା ପଛେ ହେବାନି ଦୂର l
ସ୍ୱପ୍ନ ଦୁନିଆରେ ଭାସି ବୁଲିଲି ତୋହରି ସାଥେ
ଦିନ କି ରାତି ଭୁଲି ମୁଁ ଗଲି ତୋ ପ୍ରେମ ପଥେ l
ମନ ମନ୍ଦିରେ ଦେବତା ପରି ଥିଲୁ ତୁ ମୋର
ସେଇ ଦେବତା ଭାଙ୍ଗିଣ ଗଲା ମନ ମନ୍ଦିର l
ଭୁଲି ପାରୁନି ଆଜି ଯାଏ ମୁଁ ଛଳନା ତୋର
ତୋ ଦେଇଥିବା ମିଛ କଳଙ୍କ ଶଙ୍ଖା ସିନ୍ଦୂର l
ଆଉ ପାରୁନି ବୋହି ମୁଁ ମିଛ ସମ୍ପର୍କ ଭାର
ଖୁସିରେ ରହ ପ୍ରାଥନା କରେ ପ୍ରଭୁ ପୟର l
ଜୀବନରେ ମୁଁ କେଵେବି ଭଲ ପାଇବି ନାହିଁ
ତୋ ପ୍ରେମ ଆଉ ଛଳନା ଗଲା ସବୁ ଶିଖେଇ l
