ତନୁପାତଳୀ
ତନୁପାତଳୀ
ବିୟର ବାରର ଟୁଂ ଟାଂ ଶବ୍ଦ ଭିତରେ
ନିୟନ ଲାଇଟର ତଳେ
ଅର୍ଦ୍ଧ ନଗ୍ନ ଦେହେ
ସୁନ୍ଦରୀ ରୂପସୀମାନେ
ବିଦେଶୀ ଧୂନର ତାଳେ
ନାଚୁଥିଲେ ନଚାଇ ତ ତନୁ।
ସିଗାରେଟ ଧୂଆଁର
ଧୂମାଇତ ଆବରଣ ତଳେ
ବିଦେଶୀ ପାନୀୟର ପିଆଲା
ଆଉ ମସଗୁଲ ପ୍ରତିଟି ମୂହୁର୍ତ୍ତ।
ଚିୟର୍ସ କରିବା ଆଳରେ
ଷୋଡଷୀ ଗୋ ତୁମେ
ବସିଗଲ ପାଶେ ମୋର
ମୁଁ କିନ୍ତୁ ହଜୁଥିଲି
ସେହି ପରିଚିତ ଶବ୍ଦ ଭିତରେ
ତୁମେ କିନ୍ତୁ ନିର୍ଭୀକ, ନିର୍ବିକାର
ଗୋଲାପ ପାଖୁଡା ପରି ଅଧରରୁ ତବ
ହସର ମୁକ୍ତାବିନ୍ଦୁ ଝରୁଥିଲା ଅବିରତ।
ଲମ୍ବା କୁନ୍ତଳ ଛୁଉଁଥିଲା କଟିକୁ ତୋହର
ଚେହେରାରେ ଥିଲା ମାଦକତା
ସତେକି ମେନକା ଅବା ରମ୍ଭା।
ଆକର୍ଣ୍ଣ ଲମ୍ବିତ ଚକ୍ଷୁ
ଆଜଘଂ ଲମ୍ବିତ ବାହୁ
ଦେହେ ତୁମ ଅଫୁରନ୍ତ ଯଉବନ
ଚକ୍ଷୁରେ କେଉଁ ଆଦିମଯୁଗର କ୍ଷୁଧା
ପୁରୁଷ ମନର ନାୟିକା ଗୋ
ଇଚ୍ଛା ହୁଏ କରି ଆଲିଙ୍ଗନ.....
ହଜିବାକୁ ଆଦାମ ଓ ଇଭ ଭିତରେ
ପଦ୍ମକଢି ଅଙ୍ଗୁଳିରେ ଯେବେ
ପାନୀୟ ମୋ ଛୁଇଁଲା ତ ଓଷ୍ଠ
ସତେକି ଦେହେ ମୋର ଚରିଗଲା
ସେହି ଆଦିମ ଯୁଗର କାମନାର ତୃଷା।
ତନୁପାତାଳୀ ଗୋ
ଚାଲିରେ ତୋ ଫିଦା ନରରୁ କିନ୍ନର
କଟିକୁ ନଚାଇ ଯାଉଥାଉ ଚାଲି
ନାଚୁଥାଏ ନାଭିରେ ତୋ ସେହି କଳା ଯାଇ
ସତେକି ଅଦେଖା ଇଙ୍ଗିତେ ଡାକୁଅଛି
ଦେହେ ଲାଗିଅଛି ନିଆଁ
କରି ଆଲିଙ୍ଗନ କର ନିର୍ବାପିତ
ରଡ ନିଆଁର ତୁ ତ ଜୀବନ୍ତ ପ୍ରତୀକ
ଛୁଇଁଦେଲେ ପୋଡିଯାଏ ପୁରୁଷର ମନ।
