STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ତନ ମନ ଧନ

ତନ ମନ ଧନ

1 min
212

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout

ତନ, ମନ, ଧନ, ବାଜି ଲାଗିଛି,

ମୋ ପ୍ରିୟ ସାଥେ ମୁଁ ପଶା ଖେଳୁଛି ।

ହାରି ଗଲେ ମୁଁ ହେବି ପ୍ରିୟର,

ଜିତିଗଲେ ମୁଁ, ସେ ହେବେ ମୋର । 

ଅନ୍ୟମାନଙ୍କର ପ୍ରେମର ଭାଷ,

କଥା, ଶବ୍ଦ, ମନଦ୍ୱାରା ପ୍ରକାଶ ।

ପଶା ଖେଳ ପରେ ମିଳନ ଆଶ,

ସଦା ରହିଥାଏ ଖେଳାଳି ପାଶ ।

ଏକ ମାତ୍ର ଗୋଟି ରହିଗଲାରେ,

ଆଉ ଜୀବନର ଆଶା ନାହିଁରେ । 

ଚାରି ବର୍ଣ୍ଣ ପାଇଁ ଗୋଟିଏ ଘର,

ଭଳି ଭଳି ଲୋକ ପ୍ରତି ବର୍ଣ୍ଣର ।

ଚଉରାଅଶୀ ଲକ୍ଷ ପ୍ରାଣୀ ଅଛନ୍ତି,

ଭ୍ରମି ଭ୍ରମି ଶେଷେ ଥକିଯାଆନ୍ତି ।

ଯିଏ ପଶା ‘ଘର’ ଯାଇ ପାରେନି,

ଆଉ ଥରେ ବୁଲେ ଚୌରାଶୀ ଯୋନି ।

କବୀର କହନ୍ତି ଧର୍ମ ଦାଶକୁ,

ହାର ନାହିଁ ଭାଇ ଜିତା ବାଜିକୁ । 

ବୁଦ୍ଧି ଓ ବିବେକ ଲଗେଇ ଦିଅ,

ସର୍ବଦା ସଧବା ତୁ ରହିଥାଅ ।


Rate this content
Log in