ତମେ
ତମେ
1 min
166
ତମେ ଦେଲ ମୋତେ ସବୁ ସୁଖ ଶାନ୍ତି
ଦେଲ ନାହିଁ ଦରଶନ
ତମକୁ ନପାଇ ଏ ନୟନ ଦୁଇ
ଅଶ୍ରୁ ଜଳେ କରେ ସ୍ନାନ ।
କେବେ ତମେ ଆସ କହ୍ନାଇ ବେଶରେ
କେବେ ଆସ ବିଷ୍ଣୁ ରୂପେ
ବାତୁଳ ପରାୟେ ସପନ ରାଇଜେ
ତମ ସାଥେ ବସି ଗପେ ।
ତମେ ଭରି ଦେଲ ହୃଦୟ କନ୍ଦରେ
ପାପ ପୁଣ୍ୟ ସତ୍ୟ ନ୍ୟାୟ
ସାଥିଟିଏ ପରି ତମେ ଚାଲ ସାଥେ
ତମେ ମୋର ଦୟାମୟ ।
ତମେ ଧରାଇଲ ହାତରେ ଲେଖନୀ
ସାଜି ମୋର ଜ୍ଞାନ ଜ୍ୟୋତି
ଆଜି ଏ କବିତା ଯଦି ରଖେ ସତ୍ତା
ତମେ ତାର ମୂଳ ଭିତ୍ତି ।
ଲୁହ ପାଲଟିଛି ଲହୁ ରୂପ ନେଇ
ତମେ ତ ପାରୁଛ ଦେଖି
ସାଇତି ରଖିଛି ସେ ଲୁହକୁ ପରା
ତମ ନାମେ ହେବି ସୁଖି ।
