STORYMIRROR

Rajendra Bishoyi

Others

3  

Rajendra Bishoyi

Others

ତମେ

ତମେ

1 min
217

 ତମେ ,

ତମେ ଏକ ନିଆରା ଶବଦ

ମୋ ମନ ଅଭିଧାନର 

କେଉଁ ଏକ କଳଙ୍କ ପୃଷ୍ଠାରେ

କେବଳ ତମେ ନୁହଁ

କେତେ ମୋତେ ତମେ କହୁଥିଲେ 

କିନ୍ତୁ ତମେ 

ଯେତେବେଳେ ତମେ ମୋତେ ତମେ କହିଦେଲ

ଦୁଲୁଦାଲ୍ ପଡିଗଲେ

ଆବେଗ ସବୁ ମୋ

ସ୍ପନ୍ଦନର ଆଢ଼ୁଆଳେ ଶବ୍ଦ ସବୁ ରହି 

ଲୁଚକାଳି ଖେଳିଗଲେ 

ମୋ ଭାବନା ରାଜ୍ୟେ 

ଠରାଠରି ହେଉଥିଲେ

କିଛି ଗୋଟେ ପ୍ରକାଶିବା ପାଇଁ

କାହିଁକିନା ଏ ଅଯୋଗ୍ୟ କାନଟା 

ଏ ଯାଏଁ ଶୁଣିନି କେଉଁ ଝିଅ ଠାରୁ

ତମେ ବୋଲି ସମ୍ବୋଧନ ଟିକେ

ମୁଁ ଜାଣିଛି 

ମୋ ବୋଉକୁ 

ମୁଁଁ ବେଶୀ ଭଲପାଏ ବୋଲି 

ସମ୍ବୋଧନ କରୁଛି ମୁଁ “ତୁ”

ଅପା ମୋତେ ସ୍ନେହ ଦିଏ ବୋଲି 

ସେ ମୋତେ " ତୁ "ବୋଲି କୁହେ

କିନ୍ତୁ ତମେ ମୋତେ

ତମେ ବୋଲି ସମ୍ବୋଧନ କଲ 

ସେଦିନୁ ପାଇଲି ଭଲ 

ତମକୁ ମୁଁ ସତେ

ହୋମ ନିଆଁ ସାଖିରଖି କରିଲି ବିବାହ

ମେଣ୍ଟାଇବା ପାଇଁ ମୋର ଯୌବନର ତୃଷ୍ଣା 

ତମେ ବୋଲି ସମ୍ବୋଧନ କରିଥିବା ଝିଅ

ମୋ ପାଇଁ ଫାଶୀ ଦଉଡିଟେ

ମନ ବଗିଚାରେ ମୋର 

ସେ ଗୋଟାଏ ଘାସ ତଳ ସାପ

ହଁ, 

ମୁଁ ବିଶ୍ଵାସ କରିପାରେ ବାଘକୁ

ତା’ ମୁହଁରେ ରଖି ମୋର ମୁଣ୍ଡ 

ମୁଁ ବିଶ୍ଵାସକରିପାରେ ସାପକୁ 

ତା’ ଗାତରେ ହାତକୁ ପୁରାଇ 

କିନ୍ତୁ, 

ମୁଁ କେବେ ବିଶ୍ଵାସ କରିନପାରେ ତମକୁ

ତମ ଭଳି ଚିତ୍ରିତା ନାରୀକୁ

କାହିଁକିନା ତମେ କେବଳ 

ତମେ ....



Rate this content
Log in