STORYMIRROR

Rajendra Bishoyi

Others

3  

Rajendra Bishoyi

Others

ତମେ

ତମେ

1 min
222

 ତମେ ,

ତମେ ଏକ ନିଆରା ଶବଦ

ମୋ ମନ ଅଭିଧାନର 

କେଉଁ ଏକ କଳଙ୍କ ପୃଷ୍ଠାରେ

କେବଳ ତମେ ନୁହଁ

କେତେ ମୋତେ ତମେ କହୁଥିଲେ 

କିନ୍ତୁ ତମେ 

ଯେତେବେଳେ ତମେ ମୋତେ ତମେ କହିଦେଲ

ଦୁଲୁଦାଲ୍ ପଡିଗଲେ

ଆବେଗ ସବୁ ମୋ

ସ୍ପନ୍ଦନର ଆଢ଼ୁଆଳେ ଶବ୍ଦ ସବୁ ରହି 

ଲୁଚକାଳି ଖେଳିଗଲେ 

ମୋ ଭାବନା ରାଜ୍ୟେ 

ଠରାଠରି ହେଉଥିଲେ

କିଛି ଗୋଟେ ପ୍ରକାଶିବା ପାଇଁ

କାହିଁକିନା ଏ ଅଯୋଗ୍ୟ କାନଟା 

ଏ ଯାଏଁ ଶୁଣିନି କେଉଁ ଝିଅ ଠାରୁ

ତମେ ବୋଲି ସମ୍ବୋଧନ ଟିକେ

ମୁଁ ଜାଣିଛି 

ମୋ ବୋଉକୁ 

ମୁଁଁ ବେଶୀ ଭଲପାଏ ବୋଲି 

ସମ୍ବୋଧନ କରୁଛି ମୁଁ “ତୁ”

ଅପା ମୋତେ ସ୍ନେହ ଦିଏ ବୋଲି 

ସେ ମୋତେ " ତୁ "ବୋଲି କୁହେ

କିନ୍ତୁ ତମେ ମୋତେ

ତମେ ବୋଲି ସମ୍ବୋଧନ କଲ 

ସେଦିନୁ ପାଇଲି ଭଲ 

ତମକୁ ମୁଁ ସତେ

ହୋମ ନିଆଁ ସାଖିରଖି କରିଲି ବିବାହ

ମେଣ୍ଟାଇବା ପାଇଁ ମୋର ଯୌବନର ତୃଷ୍ଣା 

ତମେ ବୋଲି ସମ୍ବୋଧନ କରିଥିବା ଝିଅ

ମୋ ପାଇଁ ଫାଶୀ ଦଉଡିଟେ

ମନ ବଗିଚାରେ ମୋର 

ସେ ଗୋଟାଏ ଘାସ ତଳ ସାପ

ହଁ, 

ମୁଁ ବିଶ୍ଵାସ କରିପାରେ ବାଘକୁ

ତା’ ମୁହଁରେ ରଖି ମୋର ମୁଣ୍ଡ 

ମୁଁ ବିଶ୍ଵାସକରିପାରେ ସାପକୁ 

ତା’ ଗାତରେ ହାତକୁ ପୁରାଇ 

କିନ୍ତୁ, 

ମୁଁ କେବେ ବିଶ୍ଵାସ କରିନପାରେ ତମକୁ

ତମ ଭଳି ଚିତ୍ରିତା ନାରୀକୁ

କାହିଁକିନା ତମେ କେବଳ 

ତମେ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ