STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ତମେ ଆସିବ ବୋଲି -୦୭

ତମେ ଆସିବ ବୋଲି -୦୭

1 min
190


ତମେ ଆସିବ ବୋଲି

ବୈଶାଖର ତତଲା ଆକାଶେ

ବହିଲାଣି ଶୀତଳ ପବନ

ପରିପୂର୍ଣ୍ଣ ଲାଗିଲାଣି ଡହଡହ ଝାଂଜି

ମଧ୍ୟାହ୍ନର ମୁଣ୍ଡଫଟା ତାତି ;

ଟାଣ ଖରାର ଚୌହଦି ଭିତରେ

ଜୀବନ ଲାଗୁଛି ସବୁଜ ସୁନ୍ଦର 

ଆଶା ଓ ନିରାଶାର ଛାଇ ଆଲୁଅରେ

ଝର ଝର ଝରେ ଅମୃତର ଧାର  ।

କାଳ ବୈଶାଖୀର କଳାଛାଇ ତଳେ

ଶବ୍ଦାୟିତ ହୁଏ ନିଃଶବ୍ଦ ମୁହୂର୍ତ୍ତ 

କୋଳାହଳେ ଭରିଯାଏ ହୃଦୟର ତନ୍ତ୍ରୀ

କୋକିଳର କୁହୁ ଶୁଭେ ବିନା ଫଗୁଣରେ

ଝରେ ବାରିବିନ୍ଦୁ ବିନା ଶ୍ରବଣରେ

ବିନା ମେଘେ ଝଲମଲ ହୁଏ ଇନ୍ଦ୍ରଧନୁ  

ଆକାଶର ମୁକ୍ତ ଅଗଣାରେ  ।।


ତମ ଆଗମନୀ ଛମ୍ ଛମ୍ ଶବ୍ଦେ

ଲିଭିଯାଏ ନିଦାଘର ନୀଳ ଦାବାନଳ

ପୁନଶ୍ଚ ଚେଇଁଉଠେ ବୈଶାଖର ଯନ୍ତ୍ରଣାକ୍ତ ପ୍ରାଣ 

କୁଢ କୁଢ ସ୍ବପ୍ନ ଖୁନ୍ଦିହୋଇଯାଏ

ସ୍ବେଦସିକ୍ତ ଆଖି ପତା ତଳେ ,

ରାତ୍ରିର ନିରୋଳା ପ୍ରହର ଲମ୍ବି ଲମ୍ବି ଯାଏ

ଆୟୁଷ୍ମାନ ଲାଗେ ବହଳ ଅନ୍ଧାର 

ଅବିଶ୍ବାସର ଯେତେ ଅନ୍ଧାରୀ ମୂଳକ

କବର ନିଏ ଶୂନ୍ୟ ମହାଶୂନ୍ୟରେ,

ବିନା ଜଳେ ଫୁଟେ ନୀଳକଇଁ 

ସୀମାହୀନ ମରୁର ସୁଦୀର୍ଘ ବାଲିରେ;

ନୀଡଟିଏ ସ୍ବୟଂ ତୋଳିହୋଇଯାଏ

ମୋ ମନର କେଉଁ ଏକ ଝୁଲନ୍ତା ଡାଳରେ

ଗ୍ରୀଷ୍ମର ଯେତେ ନିର୍ଘାତ ପ୍ରହାର 

କୋମଳ ଲାଗେ ଫୁଲଠୁ ଅଧିକ,ଆଉ

ଭିଜୁଥାଏ ମୁଁ ଜହ୍ନର ଶୀତଳ ଜ୍ୟୋସ୍ନାରେ  

ଖୋଜୁଥାଏ ତମ ପାଦଚିହ୍ନ ପ୍ରତି ମୁହୂର୍ତ୍ତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍