STORYMIRROR

Sadananda Sahoo

Others

2  

Sadananda Sahoo

Others

ତିତିଲ୍ ଆସୁଚି

ତିତିଲ୍ ଆସୁଚି

1 min
13.7K


ସମ୍ଭାବ୍ୟ ବାତ୍ୟାର ରୂପରେଖ କ'ଣ

ଆଶଙ୍କାରେ ମନ ପ୍ରାଣ

ବିଭୀଷିକା ଛବି ଦେଖିଛି ଏ ଆଖି

ଅନେଶ୍ଵତେ ଭୋଗି ଜାଣ ।।

ପାଣିପାଗ ଭାଗ ଆଙ୍କେ ବିଶାରଦ

ବିଜ୍ଞାନେ ସୁଜ୍ଞାନୀ ହୋଇ

ଗଣ ମାଧ୍ୟମରେ ପ୍ରଚାର ପ୍ରସାରେ

ଜନମନ ଜାଗେ ଭାଇ ।।

କେତେତା' ପ୍ରକୋପ କେତେ ତା'ର ବେଗ

ସବୁ କରେ ଆକଳନ

କେଉଁ ଦିଗେ ଗତି ଆସିବ ଚହଟି

କରିବ କି ହୀନିମାନ ।।

ନାମ କରଣରେ ବିଜ୍ଞାନୀଟା ଭାସେ

ହୁଡୁହୁଡୁ ଫାଇଲିନ୍

ପୋଥି ମେଲି ସତେ ବସିଛି କିଏସେ

ଆଙ୍କିବାକୁ ତା'ର ଜିନ୍ ।।

ଏ'କେଉଁ କିସମର କରିବ ସମର

ସୁନାମି କୁନାମି ବାତ୍ୟା

ତିତିଲ୍ ଫାଜିଲ୍ ହବ କି ସଜିଲ

ଆମକୁ ଦବାକୁ ସଜା ।।

ଉତ୍କଳ ପ୍ରଦେଶେ ଜଗନ୍ନାଥ ଦେଶେ

ତିତିଲ୍ ହୋଇବ ଲୀନ

ମହାଶୂନ୍ୟ ଗର୍ଭେ ପ୍ରଭୁ ଫୋପାଡ଼ିବେ

ମହାମନ୍ତ୍ରେ ତେଜି ବାଣ ।।

ଉତ୍କଳର ଜନ ଭୟଭୀତ ଜାଣ

ବିଭୀଷିକା ଛବି ଦେଖି

ହଇରେ ତିତିଲ୍ ଯାଆ ଅପସରି

ତୁ'କରନି ଆଉ ଦୁଃଖି ।।

ସୁନା କ୍ଷେତ ଧାନ ହେବ ହୀନିମାନ

ଚାଷୀ କୁଳ ଯିବ ଭାସି

ପାର୍ବଣର ୠତୁ ମନେ ଆଣେ କିନ୍ତୁ

ପାରିବେନି କେହି ହସି ।।

ମାଆ ଦଶଭୁଜା ହେବେନିରେ ପୂଜା

ରଚିଲେ ତାଣ୍ଡବ ଲୀଳା

ସବୁ ଆଶା ସ୍ୱପ୍ନ ହେବରେ ଦୁର୍ଦ୍ଦିନ

ବୁଡିବ ଭକତି ଭେଳା ।।

ହେ'ପ୍ରକୋପୀ ତିତିଲ୍ ହବୁନି ଫାଜିଲ୍

କରିବୁନି କିଛି କ୍ଷତି

କରୁଚୁ ବିନତି ରଖିବୁରେ ଅଳି

ସମ୍ପର୍କେ ବଢିବ ପ୍ରୀତି ।।

ସଦାନନ୍ଦ ସାହୁ

ଧୁରୁଷିଆ , ଆଠଗଡ଼ , କଟକ ;


Rate this content
Log in