STORYMIRROR

Arundhati Senapati

Others

2  

Arundhati Senapati

Others

ତିନି ସିଦ୍ଧାନ୍ତ

ତିନି ସିଦ୍ଧାନ୍ତ

1 min
2.8K

ମିଜୋରୁ କୁହେ ଖରାପ ଦେଖନା

କିକାଜାରୁ କୁହେ ଖରାପ କଥା ଶୁଣନା

ଇବାଜାରୁ କୁହେ ମିଥ୍ୟା କିମ୍ବା ଖରାପ କୁହେନା।


ବାପୁ, ତୁମକୁ ଦିଆଯାଇଥିବା ତିନି ସିଦ୍ଧାନ୍ତ ଯୁକ୍ତ

ଉପହାର ଆଜି କିନ୍ତୁ କିଛି ଅଲଗା କହିବା ପରି ଶୁଣା ଯାଉଛି...


ଏଠି ଖରାପକୁ ଆଖି ବୁଜି ପ୍ରଶ୍ରୟ ଦିଆଯାଏ

ଆଉ ଆଖି ଆଗରେ ଭଲଟିଏ ସହଜରେ ହଜମ ହୁଏନା।


ପରର କୁତ୍ସରଟନା ଶୁଣିବାକୁ ଆଜିକାଲି

ପ୍ରାୟତଃଙ୍କୁ ଭଲ ଲାଗେ।


ଘର ହେଉ କି ବାଟ ଘାଟ ଖରାପ କହିବାକୁ

ଏଠି କେହି ପଛଘୁଞ୍ଚା ଦିଏନା।


ବାପୁ, ତୁମେ ଯେଉଁ ତିନି ମର୍କଟଙ୍କୁ ଗୁରୁ ମାନିଥିଲ

ଆଜି ସେମାନଙ୍କ ସିଦ୍ଧାନ୍ତ କଦର୍ଥ ଓ କଦାକାର ପାଲଟିଛି।


ତୁମ ହାଡମୟ କୃଶ ଶରୀର ଓ ସାମାନ୍ୟ ବସ୍ତ୍ର ସହ ଫୁଙ୍ଗୁଳା ଦେହ ପରି

ଆଜି ଅହିଂସା, ସତ୍ୟ, ଧର୍ମ, ନ୍ୟାୟ ଓ ନୀତି ମଧ୍ୟ ବିଚ୍ ବଜାରରେ ଫୁଙ୍ଗୁଳା।


ଏ ନାହିଁ ନାହିଁର ହା ହା କାର ମଧ୍ୟରେ,

ଟିକିଏ ଆଶା.....

ଫେରି ଆସୁ ସେ ସିଦ୍ଧାନ୍ତ ଫେରି ଆସୁ ଗରିମାମୟ ଭାରତ ବର୍ଷର ଗାରିମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍