ତିନି ପୃଷ୍ଠା
ତିନି ପୃଷ୍ଠା
ଫୁଲେଇ ସକାଳଟିଏ
ମୁଣ୍ଡ କୁଣ୍ଡାଉଥିଲା
ନିଠେଇ ନିଠେଇ
ଦେଖୁଥିଲା ମୁହଁକୁ
ହାତ ମାରୁଥିଲା
ଆଖି,ନାକ ଗାଲରେ
ଜିଭ ଦେଖେଇ ଖତେଇ ହେଉଥିଲା
ଦର୍ପଣ ଆଗେ ନିଜକୁ।
ସଜ ହେଉଥିଲା'ମଧ୍ୟାନ'
ଡ୍ରେସିଂ ଟେବୁଲ ଆଗରେ
ଖୋଜୁଥିଲା ସକାଳର କଅଁଳ ଧାସକୁ
ମାପୁ ଥିଲା' ସେ 'ଓ' ଏ ଆଖିର ଗଭୀରତାକୁ
ମନ ଉଡୁ ଥିଲା
ଅମାନିଅଁ ପଣତ ପରି
ସ୍ବପ୍ନ ରଙ୍ଗ ନେସି ହୋଇ ଯାଉଥିଲେ
ଦେହଳିରେ
ବାଟ ଅବାଟର ହିସାବ ନଥିଲା
ଖାଲି ଖୋଲା ମେଲା
ଦଉଡ
ବ୍ରେକଲେସ ନୂଆ ଗାଡି।
ଅପରାହ୍ନ କାନ୍ଥକୁ ଆଉଜି ବସିଥିଲା
ବେଳେ ବେଳେ ଗୋଡ ଲମ୍ବାଉଥିଲ
ଅସ୍ଥିର ଭାବ
ଓଲଟାଉ ଥିଲା
ହଜି ଥିବା ଦିନ
କିଂନ୍ତୁ ବଚିଥିବା ଚିହ୍ନର ଫର୍ଦ୍ଦ
ଟିକେ ଚାହୁଁ ଥିଲା ଆଗକୁ
ଭାବୁଥିଲା କେଡେ ବେଏଗି
ଚାଲିଗଲା ସକାଳ ,ମଧ୍ୟାନ
ହୁଏତ ସେମିତି ଚାଲି ଆସିବ
ସନ୍ଧ୍ୟା ଘଣ୍ଟା
ଏବଂ ତାପରେ
ଶେଷ ପୃଷ୍ଠାକୁ ଧରି ରାତି।
