ତିନି ମୁଣ୍ଡିଆ
ତିନି ମୁଣ୍ଡିଆ
ଦେଖିଅଛି ସେ ଯୌବନର ଉଦ୍ଦାମତା,
ଚାଖିଚି ସାରିଛି ବାଲ୍ୟ ଚପଳତା,
ସମୟର ସୁଅରେ ଭାସି ଆସି ସେ ଲାଖି ଯାଇଛି ବୟସର ଅପରାହ୍ନରେ !!
କେତେ ଯେ ବସନ୍ତ, ବର୍ଷା, ଶୀତ ଓ ନିଦାଘ ଆସି ପୁଣି ଚାଲିଯାଇଛି,
କେତେ ଅନୁଭୂତି, ଅପାସୋରା ସ୍ମୃତି
ସାଇତା ରହିଛି,
ତା ହୃଦୟ ସିନ୍ଦୁକରେ!!
ଆଜି ମନେ ପଡେ ସବୁ ସେଇ ଅତୀତର ଦିନ,
ମନରେ ଖେଳୁଛି ଭାବନାର ଢେଉ,
ଫେରି ଆସନ୍ତା କି ସେ ଶୈଶବ,
ଆଉ ଯୁବସୁଲଭ ଚଞ୍ଚଳତା,
ସମୟ ଯାନରେ..!!
ସମୟର ଚକ କଣ ଫେରି ପାରିବନି,
ପଛକୁ ସେଇ ଅଭୁଲା ଦିନକୁ???
ମାଆର ମମତା, ବାପାଙ୍କ ଆକଟ
ସେ ଭାଗବତ ଟୁଙ୍ଗି,
ଆଉ ରଜ ଦୋଳି କଟ ମଟ..!!
ଭଲ ଲାଗୁ ନାହିଁ ବସିବାକୁ ତିନି ମୁଣ୍ଡିଆ ହୋଇ,
ଇଚ୍ଛା ହୁଏ ଯୌବନର ଉଦ୍ଦାମତା ନେଇ,
ପୁଣି ଥରେ ଉପଭୋଗ କରିବାକୁ
ତାର ସେଇ ବିତିଯାଇଥିବା ଜୀବନକୁ..!!
କିନ୍ତୁ ବୟସଟା ତାର କରେ
ଅଟ୍ଟହାସ୍ୟ,
ଭିଡ଼ି ଧରୁଛି ତାର ଚଞ୍ଚଳ ମନକୁ