STORYMIRROR

Anam Charan Sahoo

Others

3  

Anam Charan Sahoo

Others

ତୀର୍ଥେଶ୍ବରୀ

ତୀର୍ଥେଶ୍ବରୀ

1 min
293


ମୋ ଦେଶେ ଅଛି ଅନେକ ତୀର୍ଥ

ହିସାବ ନାହିଁ ତା'ର

ପ୍ରତି ପ୍ରାଣରେ ଭକତି ଜାଗେ

ଦିବ୍ୟ ଆଲୋକ ଧାର।

ବିଶ୍ବାସେ ହରି ମିଳନ୍ତି ଏଠି

ଅବିଶ୍ବାସରେ ଦୂର

ଅନୁଭୁତି ଓ କାହାଣୀ କେତେ

ପ୍ରମାଣ ଏଠି ସାର।

ଚତୁର୍ଦ୍ଧାମରେ ଚାରି ଦିଗରେ

ଧରମ ଧ୍ବଜ ଉଡ଼େ

ବିଦେଶୀ କେତେ ଭକତ ସାଜି

ମୋ ଦେଶ ପାଇଁ ଲଢେ।

ମହୋଦଧିର ପବିତ୍ର ଜଳ

ପାପକୁ କରେ ନାଶ

ଭାଇଭାଇରେ ଭଲପାଇବା

ପ୍ରେମ ଶାନ୍ତିର ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍