STORYMIRROR

Madhabi Patel

Others

2  

Madhabi Patel

Others

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
100


ସବୁଜିମା ହରା ଥୁଣ୍ଟା ଗଛଟିଏ

ନାହିଁ ପଶୁପକ୍ଷୀ ବାସ।

ଖରାବର୍ଷା ଶୀତ କାକର ସହି

ଠିଆହେଇ ବାରମାସ।

ଆସିବା ଜନର ସାଥି ଏ ବୃକ୍ଷ

ଫେରିବା ଜନର ବନ୍ଧୁ।

କେତେ ଇତିହାସ ସାଇତି ରଖିଛି

ହୃଦ ଫାଟେ କାନ୍ଦୁ କାନ୍ଦୁ।

 ଆଖିରେ ଦେଖିଛି କେତେ ଯୁବ ପିଢି

ମରିହଜି ଚାଲିଗଲେ।

ନୂଆ ଭୁଆଷୁଣୀ ଶାଶୁଘର ଆସି

ଜୁଇନିଆଁ ଶୋଇଗଲେ।

ଏଗାଆଁର ଝିଅ କନିଆଁ ସାଜିଲା

ଆଖିଲୁହ ଢାଳିଦେଲା।

ମାଆବାପା କୋଳ ଶୁନ୍ୟ କରିସିଏ

ପରଘରି ହେଇଗଲା।

ଏ ଗାଆଁ ସଂପର୍କ ଉତ୍ସବ ପରବ

କେତେ ଖୁସିବାସି ଥିଲା।

ହେଲେ ଧିରେ ଧିରେ ସହରି ସଭ୍ୟତା

ସବୁ ଚାଟି ଖାଇଗଲା।

ରାସ୍ତା ବନିଲା କୋଠା ତିଆରିଲା

ଗଛ ସବୁ କାଟିଦେଲା।

ନିଜ ପରିବାର ମାଟିରେ ଶୋଇଲେ

ତା ଶରୀର ଥୁଣ୍ଟା ହେଲା।

ସ୍ଥାବର ବୋଲି ସେ ସବୁ ସହୁଅଛି

ଦେଖୁଛି ଆଖିରେ ତାର।

ହୃଦୟ କାନ୍ଦୁଛି କଷ୍ଟ ଲାଗୁଅଛି

ବୁଝେ କିଏ କଷ୍ଟ ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍