STORYMIRROR

Dharitri Das

Others

4  

Dharitri Das

Others

ତାରିଣୀ ରହସ୍ୟ

ତାରିଣୀ ରହସ୍ୟ

1 min
185


ଶୁଣ ଶୁଣ ସାଧୁଜନେ ମା' ରହସ୍ୟ

କିପରି କରିଲେ ଘଟଗାଁରେ ବାସ।

କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜ

କୋଳ ମଣ୍ଡନ କରି ଗୋବିନ୍ଦ ଭଞ୍ଜ।

ପିତାଙ୍କ ବିୟୋଗ ପରେ ହୋଇ ରାଜା

ଅତି ସୁଖେ ପାଳିଲେ ଜନ ପରଜା।

ପୁରୀରୁ କେନ୍ଦୁଝର ଆଣି ନ ପାରି

ତାରିଣୀ ମାଆଙ୍କୁ ଦୁଃଖିତ ଭାରି।

ଗୋବିନ୍ଦ ଯାଇଥିଲେ ଦିନେ ପୁରୀକୁ

ବିନତି କରିଥିଲେ ଗଜପତିଙ୍କୁ।

ମାଆଙ୍କୁ ନେଇଯିବେ ସେ କେନ୍ଦୁଝର

ଗଜପତି ଶୁଣି ଦେଲେ ଯେ ଉତ୍ତର।

ପାତାଳୀ ମାଆଙ୍କୁ କିପରି ନେବ ଯେ

ଜଗତ ଜନନୀ ନ ଚାହିଁଲେ ନିଜେ।

ଗୋବିନ୍ଦ କହିଲେ ଅନୁମତି ଦେଲେ

ନେବି ମୁଁ ମାଆଙ୍କୁ ପ୍ରସନ୍ନ ହୋଇଲେ।

ଅନୁମତି ଦେଲା ପରେ ଗଜପତି

ପ୍ରାର୍ଥନା କରିଲେ ଯାଇ ମା'ଙ୍କ କତି।

ସ୍ତବରେ ତାଙ୍କର ମା' ପ୍ରସନ୍ନ ହୋଇ

ଗଜପତିଙ୍କୁ ଦେଲେ ସ୍ୱପ୍ନରେ କହି।

ଦିଅ ଅନୁମତି ଗୋବିନ୍ଦ ଭଞ୍ଜକୁ

ନେଇଯାଉ ମୋତେ ସେ କେନ୍ଦୁଝରକୁ।

ତହୁଁ ଗଜପତି ମହାରାଜା ଯାଇ

ଅନୁମତି ଦେଲେ ମା'ଙ୍କୁ ନେବାପାଇଁ।

ବହୁ ଖୁସି ହୋଇ ଗୋବିନ୍ଦ ଚାଲିଲେ

ମା'ଙ୍କୁ ନେବାପାଇଁ ଗୁହାରୀ କରିଲେ

ତହୁଁ ମାଆ କରିଥିଲେ ଶୂନ୍ୟବାଣୀ

ଗୋବିନ୍ଦରେ କଥା ମୋର ଥାଅ ଶୁଣି।

ଆଗେ ଆଗେ ଯିବୁ ପଛେ ଯିବି ମୁହିଁ

ପଛକୁ କେବେବି ତୁ ଚାହିଁବୁ ନାହିଁ।

ନୁପୁର ଶବଦ କେବଳ ଶୁଣିବୁ

ଅନୁଭବ ମାତ୍ର ତୁହି କରୁଥିବୁ।

ଚାହିଁଲେ ମୁହିଁତ ପଥର ହୋଇବି

ଆଗକୁ ଆଉ ମୁଁ କେବେବି ନ ଯିବି।

ମାଆଙ୍କ କଥାରେ ହୋଇ ସହମତି

ଗୋବିନ୍ଦ କରିଲେ ପୟରେ ପ୍ରଣତି।

ସର୍ତ୍ତ ଅନୁସାରେ ଗୋବିନ୍ଦ ଚାଲିଲେ

ନୁପୁର ଶବ୍ଦକୁ କାନେ ଶୁଣୁଥିଲେ।

କେନ୍ଦୁଝର ଜିଲ୍ଲାର ମଧ୍ୟ ଭାଗରେ

ଗୋବିନ୍ଦକୁ ପକାଇ ଘୋର ମାୟାରେ।

ନ ଶୁଭିଲା ଆଉ ଣୁପୁରର ଶବ୍ଦ

ପଛକୁ ଚାହିଁ ଦେଇଥିଲେ ଗୋବିନ୍ଦ।

ସର୍ତ୍ତାନୁସାରେ ମା' ହୋଇଲେ ପଥର

ଶାଳ ବଣେ ସର୍ବେ ପୂଜନ୍ତି ପୟର।

ମାଆଙ୍କର ପ୍ରିୟ ଅଟେ ଶିରିଫଳ

ଯାଚିଦେଲେ ସର୍ବ କାର୍ଯ୍ୟଟି ସଫଳ।

ରହସ୍ୟ ମୟୀ ମା' ଜଗତ ଜନନୀ

ପାଲଟି ଗଲେ ସେ ଘଟଗାଁ ତାରିଣୀ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍