STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ତାରା

ତାରା

1 min
198

ତାରାପଥେ ଉଦେ ହେଲେ ଲକ୍ଷ ଲକ୍ଷ ତାରା

ଜ୍ୟୋତିସୁଧା ପରଷନ୍ତି ତ୍ରିଭୂବନ ସାରା। 

ନିଶାଗମେ ଢାଳି ଦ୍ୟନ୍ତି କନକ କିରଣ

ରବି ଯଥା କରେ ଶୁଭ୍ର ଅଂଶୁ ବିଚ୍ଛୁରଣ। 

ଦୂରବର୍ତ୍ତୀ ହୋଇ କରେ କେଡେ ଉପକାର

ସୁମିତ୍ର ଯଥା ଥିଲେଟି ଅଦୂରେ ଯାହାର। 

ପାର୍ଶ୍ଵବର୍ତ୍ତୀ ହୋଇ ଯଦି ଦୁର୍ଦ୍ଦଶା କାଳରେ

ମିତ୍ରର ସାହାଯ୍ୟ କେବେ ଯେ ଯଦି ନ କରେ। 

କି ଲାଭ ତାହାର ସଂଗେ ରଖି ଦିଵ୍ୟଭାଵ ? 

ଏସନ ମଇତ୍ର ଥାଇ କିିଛି ନାହିଁ ଲାଭ। 

ନକ୍ଷତ୍ର ଠାରୁ ଶିିିଖିିଵ‌ ଏମନ୍ତ ସୁଗୁୁଣ

ଦୂରବର୍ତ୍ତୀ ହୋଇ ଜନ କଲ୍ୟାଣେ ନିିପୁଣ।

ଅଳ୍ପ ଜ୍ୟୋତି ଥାଇ ମଧ୍ୟ ଇନ୍ଦୁ ଚଉକତି

ପ୍ରାଣୀ ମଙ୍ଗଳ ବିଧାନ ସତ୍ବରେ କରନ୍ତି। 

ତିମିରର ଆଗତେ ଝଟତି ମିିିିଳି ପାଶ 

ସୂର୍ଯ୍ୟ ସାହଚର୍ଯ୍ୟେ କରେ ତା'ର ସର୍ବନାଶ।

ଜଗତ କହଇ ସିନା ପର ଧନଖିଆ

ମାତ୍ର ତାର ଅବଦାନ ନ ଦେଖେ ଦୁନିଆ। 

ପରଧନେ ଯଦି ହୁଏ ଧର୍ମ ଆୟୋଜନ

ବିଚାରିିଲେ ଅଟେ କୋଟି ପୁଣ୍ୟ ଅରଜନ। 

ନାନାଧର୍ମ ପୁୁରାଣେ ଏ ଵର୍ଣ୍ଣିତ ବିିଶଦ 

କହିିଛନ୍ତି ଆବର ସ୍ୱର୍ଗର ଦିିଵିଷଦ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍