STORYMIRROR

Anam Charan Sahoo

Others

3  

Anam Charan Sahoo

Others

ତାଙ୍କରି କରୁଣା

ତାଙ୍କରି କରୁଣା

1 min
331

ବାଆ ସହି କେତେ ସାହା ସେ ହୁଅନ୍ତି

ଜୀବନର ଚଲାପଥେ

ହାତ ଧରି ଆମ ଶିଖାନ୍ତି ଚାଲିବା

ସ୍ନେହ, ଶ୍ରଦ୍ଧା ଦେଇ କେତେ।

କାନ୍ଧରେ ବସାଇ ଯାତରା ଦେଖାନ୍ତି

ଦେଇ ନୂଆ ନୂଆ ଚିଜ

ମଥାନରେ ଛାତ ତାଙ୍କରି କରୁଣା

ନୀରବେ ସାଧୁଏ ହେଜ।

ମାଆ ସିନା ପେଟ ଭୋକ ଜାଣିପାରେ

ବାପାତ ଦିଅନ୍ତି ଧନ

କଷ୍ଟ ହେଲେ ମାଆ କହିଥାଏ ଆହା

ବାପାଙ୍କ କାନ୍ଦେ ପରାଣ।

ମାଆ କୋଳେ ଧରି ଜହ୍ନକୁ ଦେଖାଏ

ବାପାହିଁ ଦେଖାନ୍ତି ପଥ

ସଭାରେ ହାରେନା ବାପ ଥିବା ପୁଅ

ଜାଣନ୍ତି ଜାନିଜଗତ।

ମାଆ କହିଥାଏ କାହାଣୀ ବୀରଙ୍କ

ବାପା ନିଜେ ବଡ ବୀର

ଜୀବନ ସଂଗ୍ରାମ ଲଢି ସିଏ ପରା

ରଖିଛନ୍ତି ଆମ ଶିର।

ମାତା ପିତା ବେନି ଆମରି ନୟନ

ଜଗତ ଦେଖୁଛୁ ନିତି

ପିତାଙ୍କ ଚରଣେ ମଥା ରହୁ ମତ୍ତି

ଅନ୍ତରେ ପ୍ରେମ ଭକତି।


Rate this content
Log in