ସୂର୍ଯ୍ୟୋଦୟ
ସୂର୍ଯ୍ୟୋଦୟ
କାକ ପିକ କୁମ୍ଭାଟୁଆ ରାବିଲେଣି
ପୂର୍ବ ଭାଲେ ଉ°ଏ ରବି,
ଅରୁଣ କିରଣ ବୁଣି ପଡିଅଛି
ଆକାଶେ ସୁନେଲି ଛବି ।
ହଳଦୀ ରଙ୍ଗର ପାଟ ବସନରେ
ଶୋଭା ଦିଶେ ନଭରାଣୀ,
ଲଲାଟରେ ପିନ୍ଧି ସିନ୍ଦୂର ଟୋପାଏ
ମନକୁ ନେଉଛି କିଣି ।
ବାଳକିରଣର ସୁନେଲି ଆଭାରେ
ଦିଗବଳୟ ସିନ୍ଦୁରିତ,
ଘାସ ଗାଲିଚାର ସବୁଜ ଅଙ୍କରେ
ଶିଶିର ହୁଏ ଚିତ୍ରିତ ।
ଝରା ଶେଫାଳୀର ରୂପେଲି ସେଜରେ
ସପ୍ତ ମୁରୁଜର ଛିଟା,
ଅମ୍ଵୁଜ ମେଖଳା ଚାରୁଚିତ୍ରକଳା
ଦିବାରାଣୀ ଘନଘଟା ।
ସୈକତ ସମ୍ପୂର୍ଣ୍ଣ| ସାଗରର ବେଳା
କିରଣେ କଣିକା ରାଶି,
ଶୁଭ୍ର
ରଙ୍ଗ ସଙ୍ଗେ ସୁବର୍ଣ୍ଣ କିରଣ
କଳ୍ପନା କାମୁକେ ରସି ।
ଶନି ମାତା ନାଥ ହେଲେ ପ୍ରକାଶିତ
ନିଶିକାନ୍ତ ମୁହଁ ଲୁଚେ,
ପିତାମ୍ଵର ବାସ ପିନ୍ଧି ଉଷାରାଣୀ
ମନୁ ଦେଶେ ରାସ ରସେ ।
ପଲ୍ଲୀ ପଲ୍ଲବିନୀ ଅବା ସିମନ୍ତିନୀ
ବାଳ ବୃଦ୍ଧ ଯୁବା ଯୁବ,
ନବ ପୁଲକିତେ ହୁଅନ୍ତି ଜାଗ୍ରତ
ତୋଳି ଆନନ୍ଦର ରବ ।
ଖଗ ରବେ କ୍ଷିତି ଉଛୁଳି ପଡଇ
ଭାବେ ଭାବନା ଉଦ୍ରେକ,
ଆନନ୍ଦ ଉଲ୍ଲାସେ ପ୍ରେମର ପଲ୍ଲବ
ଅଙ୍କୁରିତ ମନେ ତାଙ୍କ ।
ପଛକଥା ପୋଛି ଆଗକୁ ବଢିବା
ସୂର୍ଯ୍ୟୋଦୟ ପରିଭାଷା,
ନବ ଉନ୍ମାଦନେ ଜୀବନ ଗଢିବା
ସାଥେ ନେଇ ନୂଆ ଆଶା ।