ସୂର୍ଯ୍ୟ ଓ ଜୀବନ
ସୂର୍ଯ୍ୟ ଓ ଜୀବନ
1 min
239
ପୂରୁବ ଆକାଶେ ଉଇଁଲେଣି ରବି
ସତେ କି ଏକା ସେ ନୂଆ ବୋହୂ
କ କ୍ ଅ କରି କୁକୁଡ଼ା ରାବିଲା
ଉଠ ଉଠ ମଠ ନ କର ଆଉ ।
ନାଲି ଶାଢ଼ୀ ପିନ୍ଧି ଦିବାକର ସତେ
ଦିଶେ କେଡେ ମନଲୋଭା,
ରକତେ ରଞ୍ଜିତ କଳେବର ତାର
ମୁକ୍ତି ର ଅଟେ ଆଭା ।
ଧିରେ ଧିରେ ଆସେ ରଣଚଣ୍ଡୀ ବେଶ୍
କରିବାକୁ ପରା ସବୁ ସର୍ବନାଶ
ସେହି ଆଦିତ୍ୟ ର ରୌଦ୍ର କିରଣେ
ହୁଅନ୍ତି ସଭିଏଁ ଅବଶ ।
ସୁରୂଜଟା ଯେବେ ଉପନୀତ ହୁଏ
ଜୀବନର ସାୟଂ କାଳେ,
ପ୍ରାୟଶ୍ଚିତ କରେ ନିଜ କୁକର୍ମ ର
ଆପଣା ମୃତ୍ୟୁ ବେଳେ ।
ଏକା ଆସିଥିଲା ଏ ଧରା ପୃଷ୍ଠକୁ
ନୁଆବୋହୁ ହୋଇ ସେଇ,
ପ୍ରଚଣ୍ଡ ତାପେ କରେ ଯେ ଅଵଶ
ସେ ସୁରୂଜ୍ ଯେ କାହିଁ ?