STORYMIRROR

bebismita kar

Others

3  

bebismita kar

Others

ସଉତୁଣୀ ଫନି

ସଉତୁଣୀ ଫନି

1 min
357

ଆସିଥିଲା ସାଜି ସଉତୁଣୀ

ଭଙ୍ଗିଦେଇଗଲା ଘର ସଂସାରକୁ

ପାରିଲାନି ସିଏ କିଛି ଶୁଣି

ମୂଳଦୁଆକୁ ସେ ଦେଲା ହଲେଇ

ଏଠି ସେଠି କରି ଦେଲା ପକେଇ

ପ୍ରଥମ ଥର ମୁଁ ଦେଖିଲି ତାକୁ

ଭୟଂକର ତାର ରୂପ ଭେକକୁ

ଭାବିଲି କିଏ ସେ ରୋକିବ ୟାକୁ

ଦେହ ଥରୁଥିଲା ଓଠ ଥରୁଥିଲା

ମନ କଥା ଥିଲା ଜିଭ ତଳକୁ

ଆସିଚି ଯଦି ସେ ନେଇକି ଯାଉ

ଅକ୍ଟୋବର କୁ ସେ ନ ସାଜୁ ଦାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍