ସୁସ୍ଥ ଗଣତନ୍ତ୍ର
ସୁସ୍ଥ ଗଣତନ୍ତ୍ର
1 min
186
କରି ଭୋଟ ଦାନ ଗଣତନ୍ତ୍ର ମାନ
ବିଶ୍ବରେ କରିବା ଉଚ୍ଚ
ଜାଣିଥାଅ ସଖି ଚିହ୍ନକୁ ନଦେଖି
ଭଦ୍ରବ୍ୟକ୍ତି ଦେଖି ବାଛ ।
ଶତ ପ୍ରତିଶତ ଭୋଟର ଯେଦିନ
କରତବ୍ଯ ନିଜ ମଣି
ଭୋଅଟ କେନ୍ଦ୍ରରେ ଆପେ ପହଞ୍ଚିବେ
ସୁଦିନ ଆସିବ ପୁଣି ।
ମଦ ମାଂସ ତେଜି ବିବେକକୁ ହେଜି
ଯୋଗ୍ୟ ପ୍ରାର୍ଥୀ ଚୟନରେ
ଦେଶର ପ୍ରଗତି ହେବ ଉଚ୍ଚ ଗତି
ଦେଖ ବେନି ନୟନରେ ।
ଦଳକୁ ନଦେଖି ଦେଶ ହିତ ଲାଗି
ସେବକ ବାଛିବା ଆମେ
ରାଷ୍ଟ୍ରକୁ ନିଜର ମଣି ମାଆ ସମ
ଦେଖାଇବ ନିଜ କାମେ ।
ସୁସ୍ଥ ଗଣତନ୍ତ୍ର ହେଲେ ପ୍ରତିଷ୍ଠିତ
ଆଉ ନରହିବ ଦ୍ଵନ୍ଦ
ଧନୀ ଦରିଦ୍ରରେ ଜାତି ଅଜାତିରେ
ଅଙ୍କକଷା ହେବ ବନ୍ଦ ।
