STORYMIRROR

Sunita Barik

Others

3  

Sunita Barik

Others

ସୁନେଲି ସ୍ବପ୍ନ

ସୁନେଲି ସ୍ବପ୍ନ

1 min
247

ସାରା ସହରଟା ଘନ କୁହୁଡିର

ଚାଦର ତଳେ ଘୋଡେ଼ଇ ହେଲା ପରେ

ତମେ ଆସ ପାଦ ଚିପି ଚିପି

ଚୁପ୍ ଚାପ୍

ମୋ ଅଲକ୍ଷ୍ୟରେ 

ମୋତେ ନିରେଖି ଦେଖୁ ଥାଅ

ଏତେ ଥଣ୍ଡାରେ ଵି

ମୋ ମୁହଁରେ ଥିବା ଟୋପା ଟୋପା

ଝାଳ ବିନ୍ଦୁକୁ ପୋଛି ନିଅ

ତୁମ ଉଷୁମ ସ୍ପର୍ଶରେ

ନିଦ ଭାଙ୍ଗିବା ଆଗରୁ ସନ୍ତର୍ପଣରେ ଚାଲିଯାଅ

ହେଲେ କାହିଁକି!

ମୁଁ ତୁମର କିଏ ?

ମୋ ପାଇଁ ତମ ଭିତରେ 

ଏତେ ଆଲୋଡନର କାରଣ

ଖୋଜିବାକୁ ଯେତେ ଚେଷ୍ଟା କଲେ ବି

ମୁଁ ହାରିଯାଏ

ଅଦେଖା ଅଚିହ୍ନା ଲୋକଟା

ମନ ଭିତରକୁ ଝାଙ୍କିବା କ'ଣ 

ଏତେ ସହଜ କଥା!

ନା ମୋ ଦେଇ ହୁଏନା।

ଅଥଚ ତମେ କେମିତି କରିପାର 

ଏସବୁ ନିର୍ବିଘ୍ନରେ

ତମେ କଣ ଜାଣନି ଯଦି

ଧରା ପଡିଯାଅ କାହା ହାତରେ

ତେବେ ଅନୁପ୍ରବେଶକାରୀ ବୋଲି

ଧରି ନିଆଯାଇ ତୁମକୁ

ଦିଆଯାଇପାରେ ଆଜୀବନ କାରାଦଣ୍ଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍