ସୁନାରୀ ଫୁଲ
ସୁନାରୀ ଫୁଲ
ତୁମ ପୀତବର୍ଣ୍ଣେ,
ସୁଶୋଭିତା ନବ ବଧୂ ପରି,
ଲଜ୍ଜ୍ୟା ରେ ଅବନତ, ଆଜି ଏ ଧରା ସୁନ୍ଦରୀ,
ମୁଖ ତାର ପାଟଳିତ,
ନୀଳ ଆକାଶ ବି ତା ପାଟଳ ରଙ୍ଗେ ଝଲସି ଉଠୁଛି ।
ଜାଣେ ନାହିଁ ମୁହିଁ,
କେଉଁ ବର ଅବା ଅଭିଶାପ ବଳେ,
କଳା କୃଷ୍ଣ ର କଟି ଶୋଭିତ ଅଣ୍ଟା ସୂତା ପାଲଟିଛି,
ପୀତବର୍ଣ୍ଣେ ଶୋଭିତା ଆଗୋ ସୁନାରୀ ଫୁଲ,
ଦେଖ ତୁମ ଫୁଲେ ଗଭା କୁ ମଣ୍ଡି,
ତା ସୋନ୍ଦର୍ଯ୍ୟେ ହୋଇଛି ଅଭିଭୂତ ବନକୁମାରୀ ।।
ମୁଁ ବି ଆଜି ହୋଇଛି ଚକିତ,
ରୋଦ୍ର ର ଉତ୍ତପ୍ତ ଦ୍ୱିପ୍ରହରରେ ବି,
ତୁମ ପୀତ ରଙ୍ଗ ସବୁଜ ପତ୍ର ଉହାଡେ,
ଦିକ ଦିକ ହୋଇ ଚମକୁଛି,
ସତେ କି ଚାହୁଁଛି ସିଏ ,ହେବାକୁ କଳାକୃଷ୍ଣ ର,
ନୀଳ ଅବୟବ ଶୋଭିତ ପୀତାମ୍ବରୀ । । ।
