STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ସୁନାବୋହୂ

ସୁନାବୋହୂ

1 min
176

ଥିଲା ଅଲିଅଳି ଝିଅ 

ସୁନା ଗୋରା ତାର ଦେହ

ଛାଡି ପିଲାବେଳ ଧୂଳିଖେଳ

ବାପାଙ୍କ ପାଖରେ ଗେଲ

ବୋଉ ପାଖେ ଯେତେ ଅଳି

ଦାଦାଙ୍କର ଛାଡି କୋଳ

ସାଧବ ବୋହୂ ରଂଗ ପାଟପିନ୍ଧି

ପାଦରେ ପାଉଁଜି ଛନ୍ଦି

ପାଦରେ ନାଲି ଅଳତା

ମଥାରେ ସିନ୍ଦୂର ନାଇ

ଛୁପି ଛୁପି ପାଦ ଥାପି

କଜଳ ଲଗା ସେ ଆଖି

ଆଖିରେ ସପନ ମାଖି

ଲୁହ କୋହ ସବୁ ଚାପି

 ନୂଆ ବୋହୂଟିଏ ସାଜି

ବାପାଙ୍କ କଥାକୁ ରଖି

ଦୁଇ କୁଳ ଲାଗି ଦୁହିତା ଜନମ

ମଥା ରଖିଥିବୁ ଟେକି

ପରକୁ କରି ଆପଣା

ଭୁଲିବୁ ଘର ଅଗଣା

ମାନିବୁ ସବୁ ସଣ୍ଠଣା

ଭଲ ବୋହୂରେ ହେବୁ ତୁ ଗଣା

ମନେ ରଖି ବାପାଙ୍କ କଥା

ବୋହୂ ସାଜଇ ବନିତା

କିଏ ବୁଝେନା ଅନ୍ତର ବ୍ଯଥା

ବିଧିର ବିଚିତ୍ର ପ୍ରଥା

ଝିଅ ଭାଗ୍ଯରେ ତ ଲେଖା

ଟୋପାଏ ସିନ୍ଦୂର ଦୁଇପଟ ଶଙ୍ଖା

ବଦଳାଏ ଭାଗ୍ଯରେଖା

ଝିଅରୁ ହୁଏ ସେ ବୋହୂ

ସହିବା ଶକତି ପାଏ ସେ କାହୁଁ!

ସଂସାରର ରଥ

ବାହି ନେଇଥାଏ

ଯେତେ ଦୁଃଖ ସୁଖ ଆସୁ

ସିଏ ପରା ସୁନା ବୋହୂ

ତା ପରି ହେବ କେ ଆଉ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍