STORYMIRROR

Samita Swain

Others

3  

Samita Swain

Others

ସୁନାବେଶେ ଦୀନବନ୍ଧୁ

ସୁନାବେଶେ ଦୀନବନ୍ଧୁ

1 min
204


କୋଟି ପ୍ରଣିପାତ ହେ କୈବଲ୍ଯନାଥ

   କୋଟି କରୁଣାର ସିନ୍ଧୁ 

ମହଣ ମହଣ ସୁନାରେ ସଜେଇ 

   ସୁନାବେଶେ ଦୀନବନ୍ଧୁ ।।


 ଝରେ ବାରୀଧାରା ଦେଖ ଆକାଶ ରୁ

     ସିକ୍ତକରେ ତନୁମନ 

ସୁନାବେଶ ହୋଇ ଦର୍ଶନ ଦିଅନ୍ତି

    ମୋ ପ୍ରଭୁ ଚକା ନୟନ।।


ଲୋଡା ନାହିଁ ଧନ ନାହିଁ ଅଭିମାନ

   ଖାଲି ଟିକେ ସାହା ହୋଇ

ଏ ଭବ ସାଗରୁ ପାରି କରିଦେବ

   ମଣିମା କଳା ଗୋସାଇଁ।।


 ଆସକ୍ତି ରହିତ କରିବ ମନକୁ

  ମୋ ଭାଗ୍ଯ ବିଧାତା ସାଜି 

ଦେଖୁଥିବି ସଦା ନେତ୍ର ଯୁଗଳରେ 

   ନାମକୁ ତୁଣ୍ଡରେ ଭଜି।।


ଉଷା ଗୋଧୂଳିର ପ୍ରତି ମୁହୂର୍ତ୍ତରେ

  ତୁମେଟି ସ୍ପନ୍ଦନ ମୋର 

ପ୍ରାଣ ପ୍ରବାହରେ ସୁଧା ସଂଜୀବନୀ 

  ବିଭୁତି ଶତ ସ୍ବର୍ଗର।।


ହେ ପୁରୁଷୋତ୍ତମ ବ୍ରହ୍ମାଣ୍ଡ ନାୟକ 

  ଅତିନ୍ଦ୍ରୀୟ ସର୍ବଶକ୍ତି

ଅନନ୍ତ ବିଶ୍ବର ରାଜ ରାଜେଶ୍ବର 

  ତୁମ ବିନା କାହିଁ ମୁକ୍ତି।।


କରୁଣାମୟ ହେ ପଥ ପ୍ରଦର୍ଶକ 

  ମହାମହିମ ସମ୍ରାଟ

ତୁମ ଚରଣ ମୋ ଅଭୟ ଆଶ୍ରିତ

  ଦର୍ଶନେ ପୁରଇ ପେଟ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍