ସୁନା ଭଉଣୀ
ସୁନା ଭଉଣୀ
ଅଚିହ୍ନା ଦୁନିଆଁ ନାହିଁ ଚିହ୍ନା ଜଣା
ପାଇଛି ମୁଁ ସୁନା ଭଉଣୀ
ଆପଣାଠୁ ବେଶୀ ଲାଗେ ଆପଣାର
ସ୍ନେହ ଶ୍ରଦ୍ଧାର ଏ କାହାଣୀ
ଭାରି ସରଳିଆ ଭଉଣୀ ମନ ମୋ
ସହଜେ ଭାରି ବିଶ୍ୱାସୀ
କଥାରେ କଥାରେ ମନ କିଣି ନିଏ
ଦେଇ ଯେ ମୁରୁକି ହସି
କଟକ ରାଇଜେ ଘର ଅଟେ ତାର
ହୋଇ ନାହିଁ କେବେ ଦେଖା
ତାର ବଡ ଭାଇ ବୋଲି ମୋତେ କହେ
ପଢି ମୋ ହୃଦୟ ଲେଖା
ସୁନାଠୁ ଦାମିକା ମୋ ଭଉଣୀ ସ୍ନେହ
ଅଟେ ନାମ ସ୍ୱର୍ଣ୍ଣଲତା
କୋଟିଏ ତାରାରେ ଗୋଟିଏ ଜହ୍ନ ସେ
ହାରରେ ଯେହ୍ନେ ମୁକୁତା
ଜଗତରନାଥ ପ୍ରଭୁ ଜଗନ୍ନାଥ
ରଖିଥାଅ ତାକୁ ଖୁସିରେ
ସୁଖର ସାଗରେ ବିତୁ ତାର ଦିନ
ଏତିକି ପ୍ରାର୍ଥନା ମୋରେ
