STORYMIRROR

jagabandhu sahu

Others

3  

jagabandhu sahu

Others

ସୁନା ଭଉଣୀ

ସୁନା ଭଉଣୀ

1 min
283

ଅଚିହ୍ନା ଦୁନିଆଁ   ନାହିଁ ଚିହ୍ନା ଜଣା

    ପାଇଛି ମୁଁ ସୁନା ଭଉଣୀ

ଆପଣାଠୁ ବେଶୀ ଲାଗେ ଆପଣାର

   ସ୍ନେହ ଶ୍ରଦ୍ଧାର ଏ କାହାଣୀ


ଭାରି ସରଳିଆ ଭଉଣୀ ମନ ମୋ

    ସହଜେ ଭାରି ବିଶ୍ୱାସୀ

କଥାରେ କଥାରେ ମନ କିଣି ନିଏ

    ଦେଇ ଯେ ମୁରୁକି ହସି


କଟକ ରାଇଜେ  ଘର ଅଟେ ତାର

   ହୋଇ ନାହିଁ କେବେ ଦେଖା

ତାର ବଡ ଭାଇ ବୋଲି ମୋତେ କହେ

     ପଢି ମୋ ହୃଦୟ ଲେଖା


ସୁନାଠୁ ଦାମିକା ମୋ ଭଉଣୀ ସ୍ନେହ

    ଅଟେ ନାମ ସ୍ୱର୍ଣ୍ଣଲତା

କୋଟିଏ ତାରାରେ ଗୋଟିଏ ଜହ୍ନ ସେ

    ହାରରେ ଯେହ୍ନେ ମୁକୁତା


ଜଗତରନାଥ  ପ୍ରଭୁ ଜଗନ୍ନାଥ 

    ରଖିଥାଅ ତାକୁ ଖୁସିରେ

ସୁଖର ସାଗରେ ବିତୁ ତାର ଦିନ 

   ଏତିକି ପ୍ରାର୍ଥନା ମୋରେ


Rate this content
Log in