STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସୁକୁମାରୀ ନାତୁଣୀ ମୋର

ସୁକୁମାରୀ ନାତୁଣୀ ମୋର

1 min
241


ଅଜା କହୁ ଅଛି ନାତୁଣୀକୁ ତାର

ରଜା ପରି ବର ଆଣି ଦେବି ତର,

ଘୋଡାରେ ବସି ଆସିବଟି ବର

ବାଜୁ ଥିବ ବାଜା ହୋଇଣ ପ୍ରଖର।


ମୁଚୁକି ହସିଣ କୁହଇ ନାତୁଣୀ

କି କହୁଛ ଅଜା କିପରି ଏ ବାଣି,

କାହିଁକି ଯିବି ମୁଁ ଶାଶୁଘର ପୁଣି

ଵିଭା ହେବି ନାହିଁ କୁହ କିମ୍ପା ପୁଣି?


ବାପ ଘରେ ଥିବି ମୋର ଇଚ୍ଛା ଜାଣି

ଆଇ କଥା ମୋତେ ନ କୁହଟି ପୁଣି?

କେ କରିବ ସେବା କେ ଦେବ ହେ ପାଣି?

ଦୂର କରି ଆଇ ଚାଲି ଗଲା ପୁଣି।


କିପାଇଁ ତୁହିଟି ବିଭା ହିଁ ନ ହେବୁ

ସବୁ ଦିନ କିମ୍ପା ଏଠି ହିଁ ରହିବୁ?

ଝିଅର ଜନମ ପରର ଘରକୁ

ବହୁ ହୋଇ ଯିବୁ ଶଶୁର ଘରକୁ।


କନିଆଁ ସାଜିବୁ ଭଲଲାଗୁ ଥିବୁ

ମୁଚୁକି ମୁଚୁକି ହଂସୀ ଦେଉ ଥିବୁ

ପର କରି ତୁହି ଆମକୁ ଛାଡିବୁ

ସତେ ହିଁ ଆମକୁ ଭୁଲିଣ ଯିବୁ?


ଅଜା କଥା ଶୁଣି ନାତୁଣୀ ରାଗିଲା

କାନ୍ଦି କାନ୍ଦି ଯାଇ ମାଆଁଙ୍କୁ କହିଲା

ହସି ହସି ମାଆ ଆଦରେ କହିଲେ

ଅଜାଙ୍କ କଥାକୁ ମାନରେ କହିଲେ।


ସରିଗଲା ପଢା ବିଭା ହିଁ ହୋଇବ

ଝିଅ ଶାଶୁଘର ନିଶ୍ଚେ ହିଁ ସେ ଯିବ,

ପ୍ରଭୁଙ୍କ ଭିଆଣ ଏପରି ହୋଇବ

ଝିଅ ଶାଶୁଘରେ ଅବଶ୍ୟ ହିଁ ଯିବ।


ଯୁଗେ ଯୁଗେ ଏହା ସତ୍ୟ ହିଁ ଜାଣିବୁ

ଶାଶୁଶଶୁରଙ୍କୁ ସେବା ହିଁ କରିବୂ,

ଆଦର ମନରେ ଭକ୍ତିହିଁ ରଖିବୁ

ସ୍ବାମୀଙ୍କୁ ମନରେ କଷ୍ଟ ହିଁ ନ ଦେବୁ।


ଅଜା କହୁ ଅଛି ନାତୁଣୀକୁ ତାର

ରଜା ପରି ବର ଆଣି ଦେବି ତୋର,

ଘୋଡା ପରେ ବସି ଆସିବଟି ବର

ବାଜୁ ଥିବ ବାଜା ହୋଇଣ ପ୍ରଖର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍