Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ସୁଖର ଚାବିକାଠି

ସୁଖର ଚାବିକାଠି

1 min
390


ଛୋଟ ପରିବାର ସୁଖୀ ପରିବାର

ଜାଣି ରଖିଥାଅ ଭାଇ

ଆମେ ଦୁଇ ହେଲେ ଆମର ଗୋଟିଏ

ତା ଠାରୁ ଅଧିକ ନାହିଁ ।

ଗହଳିଆ ଚାରା ରୋପିଥିଲେ ପରା

ଖାଦ୍ୟ, ଜଳ ଅଭାବରେ

କିଏ ସେ ପତଳା କିଏ ସେ ରୋଗୀଣା

ଦେଖ ବାରେ ନୟନରେ ।

ଅନେକ ନକ୍ଷତ୍ର ନ କରନ୍ତି ଦୂର

ଅମା ଘୋର ଅନ୍ଧକାର

ଏକମାତ୍ର ଶଶୀ ଦେଲେ ମୃଦୁ ହସି

ଝଲସଇ ମହୀପୁର ।

ପୁତ୍ର ହେଉ ଅବା ହେଉ ସେ ଦୁହିତା

ଯତନ କରିଲେ ଆମେ

ବଡ ହୋଇ ଦିନେ ଏହି ସଂସାରରେ

ମଜ୍ଜିଯିବେ ବିଶ୍ବ ପ୍ରେମେ ।

ଜୀବ ଭାରାକ୍ରାନ୍ତ ନ ହେବ ଜଗତ

ସୁସ୍ଥ ହେବ ପରିବେଶ

ଧରଣୀ ସୁଷମା ହେବ ଅନୁପମା

ମୁଖେ ଖେଳାଇବ ହସ ।


Rate this content
Log in