ସୁବର୍ଣ୍ଣ ଅତୀତ
ସୁବର୍ଣ୍ଣ ଅତୀତ
ସୁବର୍ଣ୍ଣ ଅତୀତ
ଅତୀତ କେବେ ଅତର ତ
କେବେ ପଥର
ତା'କାନିରେ କେତେ କାହାଣୀର
କର୍ପୂର ତ କଥାର ଝଡାପତର ।।
ତା ଗର୍ଭରେ ମିଶିଯାଇଛି କେତେ
ନିଃଶ୍ବାସ,ବିଶ୍ବାସ ଓ ଉଚ୍ଛ୍ବାସ
ରଚିଯାଇଛି ପୁଣି ସେ
କେତେ ଯେ ଇତିହାସ ।।
ବିତରେ ସେ ଭରପୁର ପ୍ରେମ
ଶୈଶବ ଜୀବନର ସ୍ମୃତି
ବଞ୍ଚିବାର ମୋହନେଇ
ନିଷ୍କାମ ଭାବନା
ଧୈର୍ଯ୍ୟହରା ନୁହେଁକେବେ
ସଫଳତା ,ବିଫଳତାକୁ ନେଇ
ଚିହ୍ନାଇଦିଏ ମନୁଷ୍ୟକୁ ତ୍ୟାଗର
ମହତ୍ତ୍ବ ଓ ନିଷ୍ଠାର ସାଧନା ।।
ସମୟସ୍ରୋତରେ ଯେଵେ ନିର୍ଣ୍ଣୟ
କରିପାରେ ନାହିଁ ମନ ଆଗାମୀର
ଆଶା ଭରସାକୁ
ସୂଚାଇଦିଏ ପରିବର୍ତ୍ତନଶୀଳ ଦୁନିଆରେ
ଗଢିବାକୁ ହେବ ସ୍ମୃତିର ତାଜମହଲ
ଆବୋରିନେବାକୁ ହେବ ନୂତନ
ପ୍ରେରଣାର ପ୍ରତିଶ୍ରୁତିକୁ ....।।
ଅତୀତର ଆବିର୍ଭାବରେ
ବର୍ତ୍ତମାନ ହୋଇଯାଏ
ସବୁଜ,ସୁନ୍ଦର ସୁରୋଭିତ
ସେହି ବର୍ତ୍ତମାନ ହିଁ ପରବର୍ତ୍ତୀ
ପିଢିପାଇଁ ହୋଇଯାଏ ସୁବର୍ଣ୍ଣ ଅତୀତ
ସୁବର୍ଣ୍ଣ ଅତୀତ ..........।।