STORYMIRROR

Kulamani Sarangi

Others

4  

Kulamani Sarangi

Others

ସତ୍ୟର ଅନୁଚିନ୍ତା

ସତ୍ୟର ଅନୁଚିନ୍ତା

1 min
203


ସତ୍ୟ ମୁଁ ବସିଛି ଅସତ୍ୟ ନଗ୍ର ବିପଣୀ କୋଣେ,

ହାତରେ ମୋ ଧର୍ମପସରା ନାହିଁ ଗ୍ରାହକ ଜଣେ,

କେହି ନଶୁଣନ୍ତି ମୋକଥା,

ସତେ ମୂଲ୍ୟହୀନ ଅଯଥା !

ଅଟ୍ଟହାସ କରେ ଅସତ୍ୟ ଦେଖି ଦଶା ମୋହର,

ଦିନେ ଥିଲି ଯୁଗ-ସମ୍ରାଟ ଆଜି ଘୃଣ୍ୟ କିଙ୍କର।


ଝଡଝଞ୍ଜା ଅନ୍ଧକାରରେ ପୂର୍ଣ୍ଣ ମହାସମୁଦ୍ର,

ଜୀର୍ଣ୍ଣ ତରୀରେ ମୁଁ ବସିଛି ଆଗେ ମହାପ୍ରମାଦ,

ଦିଶୁନାହିଁ ଦିଗ ବାରେଣୀ,

ଧ୍ରୁବତାରା ଲୁଚି ଗଲେଣି,

ଧର୍ମର ପ୍ରତୀକ ଶ୍ରୀଧର ହୋଇଲେଣି ବଧିର,

ବିଚିତ୍ର ହସରୁ ପ୍ରତୀତ ଧ୍ୱଂସ ପ୍ରାୟ ସଂସାର। 


ନିଜ ପାପ-ଭାର ଭାରାରେ ଟଳମଳ ଦୁନିଆଁ,

ଭସ୍ମାସୁର ସମ ବାରୁଦ ଘରେ ଲଗାଏ ନିଆଁ,

ଭାଙ୍ଗିଣ ପ୍ରକୃତି ନିୟମ,

ନିଜେ ନିଜେ ହୁଏ ବିଭ୍ରମ,

ଘୋର ଅହଂକାର ଅଗ୍ନିକୁ ଧାଏଁ ପତଙ୍ଗ ପରି,

ଶ୍ରେଷ୍ଠ ଜୀବ ଆଜି ସାଜିଛି ନିଜେ ନିଜ ବଇରୀ।


ପ୍ରକୃତି ବିକୃତି ଭିତରୁ ସୃଷ୍ଟ ମହା ବିଷାଣୁ,

ଚାହୁଁ ଚାହୁଁ ଟଳିଯାଆନ୍ତି ଛୁଇଁ ଦେଉଁ ସେ ଅଣୁ,

ଅନାଚାର ପରିଣାମରେ,

ଯାଇ ଅସତ୍ୟର ପଥରେ,

ପ୍ରଳୟ ଖଡଗ ମୁହଁରେ ଉଭା ବିଶ୍ୱସମାଜ,

ରଖିଲେ ରଖିବେ ଚାହିଁବେ ଯେବେ ଦେବାଧିରାଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍