STORYMIRROR

Biswanath Nayak

Others

3  

Biswanath Nayak

Others

ସତ୍ୟ

ସତ୍ୟ

1 min
205


ସତ କଥା କହିବାକୁ ହେଲେ

ଭାଇ ମୋତେ ଡାକି ନେବେ

ବାରି ପଟ ପୋଖରୀ କୂଳକୁ। 

ପତ୍ନୀ ମୋତେ ଡାକି ନେବେ

ଆମ ଶୋଇବା ଘରର

କବାଟ କଣକୁ। 

ବନ୍ଧୁ ମୋତେ ଡାକି ନେବେ

ପାଖ ଚା ଦୋକାନ ର

ପଛ ପଟେ ପଡିଥିବା

ବେଞ୍ଚ ଉପରକୁ। 

ତାପରେ, ଅତି ସନ୍ତର୍ପଣରେ,

ଟୁପ୍ ଟାପ୍ ଫୁସ୍ ଫାସ୍ କଥା। 

ଖୁବ୍ ସତର୍କତା।  

ଖୁବ୍ ଚେତାବନୀ। 

ଦୁଇ କାନୁ ତିନି କାନ ନହୁଏ ଯେପରି। 

ସତେ ଅବା ତୃତୀୟ କାନଟା ପାଇଁ

ସତ୍ୟର ଇଲାକାରେ ଶହେ ଚଉରାଳିଶି। 

*          *           *

ଯେଉଁ ସତ୍ୟ ଲୁଚିଲାନି

ସୀତା ହରଣ ରେ ଆଉ

ରାବଣର ଅଶୋକ ବନରେ!

ଯେଉଁ ସତ୍ୟ ଲୁଚିଲାନି

ଦେବକୀ ଓ ବସୁଦେବ ବନ୍ଧନରେ

କଂସ ବନ୍ଦୀ ଘରେ!

ଯେଉଁ ସତ୍ୟ ଲୁଚିଲାନି

ଶକୁନୀ ର କପଟ ପଶାରେ

ଆଉ ଜଉଶାଳା ଘରେ!

ଭାଇ ମୋର,

ବନ୍ଧୁ ମୋର,

ପତ୍ନୀ ମୋର,

କିପରି ଚାହୁଁଛ ତୁମେ

ଲୁଚାଇବା ପାଇଁ ତାକୁ

କବାଟ କୋଣରେ,

ଆଉ?

ପୋଖରୀ କୂଳରେ?

କିମ୍ବା

ଚା ଦୋକାନ ପାଖରେ,

ପଡିଥିବା ବେଞ୍ଚ ନିକଟରେ ?



Rate this content
Log in