STORYMIRROR

Hrushikesh Satpathy

Others

2  

Hrushikesh Satpathy

Others

ସତ୍ୟ ଉବାଚ

ସତ୍ୟ ଉବାଚ

1 min
13.6K


ଅବଶୋଶ ନାହିଁ

 ଯଦି ମୁଁ ହେଉନି

 ସତ୍ୟବାନ ଆଜି

  ଗୋଟାଏ ଦିନର ପାଇଁ ।


ତୁମେ ବି ସାବିତ୍ରୀ

 ହୁଅନା ପ୍ରଣୟୀ

 ଆମ ପ୍ରୀତି ପାଇଁ

  ପ୍ରହସନ ଲୋଡ଼ା ନାହିଁ ।


ଅଛି ଯେବେ ସତ୍ୟ

 ଆମ ବନ୍ଧନର

 ଆମ ଅବିଧାନୁ

  ଯମକୁ ହଟାଇ ଦେବା ।


ତୁମେ ତ ମୋହର

 ମୁଁ ବି ତୁମର

 ଅଯଥାରେ କାହିଁ

  ବଣିକକୁ ପୋଷୁଥିବା ?


ବ୍ରତ ଉପବାସ

 ଖାଲି ପରିହାସ

 ନିଜକୁ ଏତେଟା

  ଅବଳା ଭାବୁଛ କାହିଁ ?


ପ୍ରୀତି ପାରିଜାତ

 ସଂସାରରେ ସତ

 ମିଛ ପ୍ରହସନ

  ଆମ ପାଇଁ ଲୋଡ଼ା ନାହିଁ ।


Rate this content
Log in