STORYMIRROR

Rama chandra Pradhan

Others

3  

Rama chandra Pradhan

Others

ସତ୍ୟ ସାଇବାବା

ସତ୍ୟ ସାଇବାବା

1 min
226

ତୁମେ ରାମ କୃଷ୍ଣ ତୁମେ ଶ୍ୟାମଘନ 

ତୁମେ ପୁଣି ରାମାୟଣ 

ତୁମେ ସ୍ରଷ୍ଟା ସୃଷ୍ଟି ତୁମେ ଆଦି ଅନ୍ତ 

ତୁମେ ପୁଣି ପାରାୟଣ l

କଳିଯୁଗେ ତୁମେ ସତ୍ୟ ସାଇବାବା 

ପୁଟପତି ଗ୍ରାମେ ଥାଇ 

ସତ୍ୟ ଶାନ୍ତି ଦୟା ଗୁରୁମନ୍ତ୍ର ବୁଣି 

ସଭିଙ୍କୁ ଦିଅ ଭୁଲାଇ l

ତୁମରି ଇଚ୍ଛାରେ ତୁମରି ଦୟାରେ 

ଚାଲେ ଏ ସାରା ଜଗତ 

ତୁମରି ପାଦରେ ଲୟ ରଖିଥିଲେ 

ବଢ଼ାଅ ଆଶିଷ ହାତ l

ତୁମ ଆଶୀର୍ବାଦ ମିଳିଗଲେ ଥରେ 

ଲୋଡ଼ା ନାହିଁ ଧନଜନ 

ଏ ମିଛ ସଂସାରେ ତୁମେ ଏକା ସତ୍ୟ 

ମୁକ୍ତିପଥ ସନାତନ l

ତୁମ ବିଭୂତିର କରୁଣା ବାରିରେ 

ଲିଭିଯାଉ ପାପ ରେଖା 

ତୁମ ପାଦତଳ ପୁଣ୍ୟ ତୀର୍ଥଧାମେ 

ନ ମିଳୁ ପାପୀଙ୍କ ଦେଖା l



Rate this content
Log in