STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ସ୍ତ୍ରୀ

ସ୍ତ୍ରୀ

1 min
170

            

ସାତ ଜନମର ମମତା ବନ୍ଧନେ ଜୀବନକୁ ବନ୍ଧାଯାଏ

ସାତଦୀପ ଜାଳି କନକ ବେଦୀରେ ହସ୍ତଗ୍ରନ୍ଥି ପଡ଼ିଥାଏ

ଦେବତା, ବ୍ରାହ୍ମଣ, ଅଗ୍ନି ସାକ୍ଷୀ ରଖି ବିବାହ ନିର୍ବାହ ହୁଏ

ଯିଏ ସବୁଏହି କର୍ମର ନାୟିକା; ସ୍ତ୍ରୀ; ପରା ଅଟେ ସିଏ ।।


ଜୀବନର ଚଲାପଥେ ସେତ ଗୋଟେ

କମନୀୟ ଚାରୁ ସାରଣୀ

ଅନ୍ଧାର ରାତିର ଉଜ୍ଵଳ ଦୀପଟେ

ସ୍ତ୍ରୀ; ସିଏ; ସିଏ ଘରଣୀ ।।


ବଂଶ ରକ୍ଷାଅର୍ଥେ ଗର୍ଭେ ଭୃଣଧରି ଅସହ୍ୟ ବେଦନା ‌ସହେ

ବିପଦେ ଆପଦେ ମନ୍ତ୍ରୀ ‌ସମ ଯିଏ ଉତ୍ତମ ମନ୍ତ୍ରଣା ଦିଏ

ଜୀବନର ପ୍ରତି-ମୂ‌ହୂର୍ତ୍ତରେ ‌ଯିଏ ପାଖେ ପାଖେ ରହିଥାଏ

ସଂସାରେ କୁହନ୍ତି ସହଧର୍ମିଣୀ; ସ୍ତ୍ରୀ; ପରା ଅଟେ ସିଏ ।।


ଜୀବନ ଆକାଶେ ସେତ ଧ୍ରୁବତାରା

ସେଗୋଟେ ମଧୂର ବନ୍ଧନ

ପ୍ରେମମୟୀ ପ୍ରିୟା ପ୍ରଣୟ ଲତିକା

ଦଗ୍ଧ ହୃଦୟେ ଚନ୍ଦନ ।।


ଜୀବନେ ଯା’ପାଇଁ ଅନେକ ନାଟକ ଅସମ୍ପୂର୍ଣ୍ଣ‌ ରହିଯାଏ

ଯେଉଁ ମହିୟସୀ ପାଇଁ ଏ ପୁରୁଷ ପିତୃ ପରିଚୟ ପାଏ

କାୟା ପଛେ ପଛେ ଛାୟା ପରି ଯେଉଁ ନାରୀ ଲାଗି ରହିଥାଏ

ପୁରୁଷ ର ପାସେ ପ୍ରକୃତି ପରାୟେ ସ୍ତ୍ରୀ ‌ପରା ଶୋଭାପାଏ ।।


ଯାହା ପଦପାତେ କୁଟୀର ସୁନ୍ଦର

ଫୁଟେ ସତଦଳ ପଦ୍ମ

ନିଦଘେ ମଳୟ ସେତ ପ୍ରୀୟବତୀ

ତା ପାଇଁ ଜୀବନ ଧନ୍ୟ ।।



Rate this content
Log in