ସତୀ ଦରଶନ
ସତୀ ଦରଶନ
ଜନକ ନନ୍ଦିନୀ ହୋଇଣ ବନ୍ଦିନୀ
କାନ୍ଦୁଛନ୍ତି ଅହରହ
ଆଖିର ଲୋତକ ହୋଇ ଜଳଧାର
ପ୍ଲାବିତ ତଟିନୀ ସହ।
ଅଶୋକ ବନରେ ହୋଇ ଏକାକିନୀ
ରାକ୍ଷାସୀ ଗହଣେ ରହି,
ମନରେ ସ୍ମରନ୍ତି ପ୍ରଭୁ ଦଣ୍ଡଧାରି
ଉଦ୍ଧାରିବେ ବଇଦେହୀ।
ବିତିଯାଏ ଦିବା ନଇଁ ଆସେ ଆଜି
ଉଭା ତ ରଜନୀ ରାଣୀ
ଶଶି ସୁଶିତଳ କିରଣ ବିଛୁରେ
ଜାନକୀ ଅଟେ ଦୁଃଖିନୀ।
ସତୀ ଦରଶନ ମନେ ଘେନି ଆସ
ସାଥେ ଧରି ତାରାଫୁଲ,
ଅଶୋକ ବାଟିକେ ଉଭା ନିଶିଗନ୍ଧା
ଉପହାର ଝରାଫୁଲ।
ଆନତ ବଦନେ ନଖର ମୁନରେ
ମାଟିରେ ଆଙ୍କେ ପ୍ରତିମା
ପତି ବିନା ସତୀ ହେଉଥାଏ ଗୁଣି
ଆନରେ ନାହିଁ ତର୍ଜମା।
ଆଖିର ଲୋତକ ହୋଇ ନିର୍ଝରିଣୀ
ମିଶିଯାଏ ସାଗରରେ
ସେହି ତ ତମସା ମାନସ କଳିକା
ଯୁଗେ ଯୁଗେ ନିରନ୍ତର।
ଧରି ସଞ୍ଜବତୀ ହୋଇଅଛି ଭରା
ଜାନକୀଙ୍କ ପାଦତଳେ
ନିଶି ନିଶାମଣୀ ଓଳଗି ହୁଅଇ
ରାଘବ ଭାରିଜା ତୁଲେ।
ଗଙ୍ଗଶିଉଳିର ପୁଷ୍ପାଞ୍ଜଳି ଧରି
ଅର୍ପଇ ସତୀ ଚରଣେ
ହେଲି ମୁହିଁ ଧନ୍ଯା ତବ ଦରଶନ
କ୍ଷମିବ ଗୋ ଅନୁକ୍ଷଣେ।
ମନେ ନାହିଁ ହସ ଝାଉଁଳା ବଦନ
ଜଳବିନା ମୂର୍ଚ୍ଛେ ପତ୍ର
ଝସକି ବଞ୍ଚଇ ନୀର ବିନା କେବେ
ସତ୍ଯ ଅଟଇ ମାତର।
ବଇଦେହି ମନ ରାଜୀବ ଲୋଚନ
ପ୍ରାଣ ହୀନ ପିଣ୍ଡ ଏଠି
ରାତ୍ରୀର ଗୁହାରୀ ଆକୁଳ ମିନତୀ
ଜାନକୀ ଅଧିରେ ଉଠି।
ମାତର ଆଶିଷେ ପଣତ ବିଛାଏ
ରଜନୀ ରାଣୀ ହରସେ
ଗାଇଣ ବନ୍ଦନା ପଲ୍ଲବିତ କରେ
ନିଶି ନିଶିଥରେ ଆସେ।
