ସତୀ ଅନସୂୟା
ସତୀ ଅନସୂୟା
ସତୀ ଅନସୂୟା ସତୀତ୍ୱେ ଭୂଷଣ
ନାହିଁ ତାଙ୍କ ପରି କେହୁ
ସତୀ ନାରୀ ସେହୁ ଉଚ୍ଚ କୁଳେ ଜନ୍ମ
ଅତ୍ରିଙ୍କ ଘରଣୀ ସେହୁ।
ପତିଙ୍କ ସେବାରେ ତତ୍ପର ସେ ସଦା
ପତି ସେବା ମୂଳ ମନ୍ତ୍ର
କଣ୍ଠିମାଳ କଲେ ଗୃହସ୍ଥାଶ୍ରମରେ
ପତି ଜପମାଳି ମନ୍ତ୍ର।
ପତି ସେବା ବିନୁ ନାହିଁ ଧର୍ମ ଅନ୍ୟେ
ପତିତ ଦିଅଁ ପତ୍ନୀଙ୍କ
ଅଟେ ନାରୀ ପାଇଁ ପତିଭକ୍ତି ଶ୍ରେଷ୍ଠ
ଅନ୍ୟେ ନାହିଁ କିଛି ତାଙ୍କ।
ମହର୍ଷି ଅତ୍ରିଙ୍କ ନମପ୍ରାଣେ ଥିଲେ
ସତୀ ଅନସୂୟା ତାଙ୍କ
ପତିଧର୍ମ ଗୁଞ୍ଜେ ମହର୍ଷି ଆଶ୍ରମେ
ପତ୍ନୀ ଅନସୂୟା ତାଙ୍କ।
ଅପୂର୍ବ ଘଟଣା ଦେଖିଣ ନାରଦ
କହିଲେ ସେ ଲକ୍ଷ୍ମୀ ପାଶେ
ମନରେ ଦୁଃଖିତ ମହାଲକ୍ଷ୍ମୀ ହେଲେ
କହିଲେ ସ୍ୱାମୀଙ୍କ ପାଶେ।
ସତୀ ଅନସୂୟା କଥାକୁ କହିଲେ
ସ୍ୱାମୀ ପାସେ ସରସ୍ୱତୀ
ସତୀତ୍ୱର କଥା କହିଲେ ପାର୍ବତୀ
ସ୍ୱାମୀଙ୍କୁ କଲେ ବିନତି।
ପତ୍ନୀ କଥା ଶୁଣି ଗଲେ ତିନି ଦେବ
ଅତ୍ରିଙ୍କର ଆଶ୍ରମକୁ
ମହର୍ଷି ଅତ୍ରି ହିଁ ନଥିଲେ ଆଶ୍ରମେ
କଲେ ଆନନ୍ଦ ମନକୁ।
ସତୀ ଅନସୂୟା ପାଶେ ତିନି ଦେବ
ସନ୍ନ୍ୟାସୀ ବେଶକୁ ଧରି
ସ୍ୱାଗତ କରିଲେ ସତୀ ଅନସୂୟା
ଭକ୍ତି ଓ ଆଦର କରି।
ସ୍ୱୀକାର ନକଲେ ସତୀର ସ୍ୱାଗତ
ନକଲେ ଆଦର ଭକ୍ତି
ବିନତି କରିଲେ ଅନସୂୟା ସତୀ
କର ହେ ସ୍ୱୀକାର ଭକ୍ତି।
କି କରିଲେ ଦେବ ସନ୍ତୁଷ୍ଟ ତୁମ୍ଭର
କରିବି ମୁହିଁ ହିଁ ତାହା
ମନ ଇଚ୍ଛା ତବ କରହେ ବଖାଣ
ପୂରଣ କରିବି ତାହା।
ବିନା ବସ୍ତ୍ରେ ଦିଅ ଦର୍ଶନ ଆମ୍ଭଙ୍କୁ
ହୋଇବୁଁ ସନ୍ତୁଷ୍ଟ ତେବେ
ତିନି ଦେବ କଥା ଶୁଣି ଅନସୂୟା
ହୋଇଲେ ଚିନ୍ତାଟି ତେବେ।
ଦେବ ଅଭିପ୍ରାୟ ମନୋଭାବ ଜାଣି
କହିଲେଟି ମନେ ମନେ
ସତୀ ଯଦି ମୁହିଁ ସ୍ୱାମୀ ହିଁ ଆରାଧ୍ୟ
ହୁଅନ୍ତୁ ଛୁଆ ଏମାନେ।
ସତୀର ବଚନ ଅନ୍ୟଥା ନହିଁଲା
ଦେବେ ହୋଇଲାଟି ଛୁଆ
ଝୁଲଣା ଉପରେ ଶୁଆଇ ଦେଲେସେ
ପାଳନ କଲେଟି ଛୁଆ।
ଏତେ ଦିନ ହେଲା ନ ଆସିଲେ ସ୍ୱାମୀ
ହୋଇଲେ ଲକ୍ଷ୍ମୀ ଆତୁର
ସ୍ମରଣା କରିଲେ ନାରଦଙ୍କୁ ପୁଣି
ଯନ୍ତ୍ରଣା ହୁଏ ଅପାର।
ନାରଦ କହିଲେ ସ୍ୱାମୀ ତୁମ ଦେବୀ
ହେଲେ ଅନସୂୟା ପୁତ୍ର
ଦେଖି ଆସ ଦେବୀ ଅତ୍ରୀଙ୍କ ଆଶ୍ରମେ
ସତୀ ପାଳୁ ଅଛି ପୁତ୍ର।
ତିନି ଦେବୀ ଗଲେ ଅନସୂୟା ପାସେ
କହିଲେ ବିନତି କରି
ଅପରାଧ କ୍ଷମା କର ହେ ଜନନୀ
ତୁମେ ପତିବ୍ରତା ନାରୀ।
ସ୍ୱାମୀଙ୍କୁ ଆମର ଦିଅହେ ଜନନୀ
ସର୍ବଶ୍ରେଷ୍ଠ ସତୀ ତୁମେ
ତବ ନାମ ଗାଇ ନାରୀ ସତୀ ହେବ
ପତିବ୍ରତା ନାରୀ ନାମେ।
ସନ୍ତୁଷ୍ଟ ହୋଇଲେ ଦେବୀ ଅନସୂୟା
ସ୍ୱାମୀଙ୍କୁ ଦେଲେ ତାଙ୍କର
ରହିଅଛି କଥା ଚିରଦିନ ପାଇଁ
ସ୍ୱାମୀ ଭକ୍ତିର ସଂସାର।
