STORYMIRROR

Kalyani Nanda

Others

2  

Kalyani Nanda

Others

ସ୍ଥିତପ୍ରଜ୍ଞ ହେ ଭୂଧର

ସ୍ଥିତପ୍ରଜ୍ଞ ହେ ଭୂଧର

1 min
109

ଅଚଳ,ଅଟଳ ହେ ଭୂଧର,

କେଉଁ କାଳୁ ମଥା କରି ଉଚ୍ଚ,

ଛିଡା ହୋଇ ରହିଛୁ ତୁ ସ୍ଥିତପ୍ରଜ୍ଞ ସମ।


ଋତୁ ପରେ ଋତୁ ର ଆଗମନ, 

କେବେ ବର୍ଷା,କେବେ ପୁଣି ଶୀତ,

କେବେ ହୁଏ ରବି କରେ ତୋ କାୟା ତପ୍ତ,

ମେଘର କୋହଲା ସ୍ପର୍ଶରେ ,ବର୍ଷାର ମଧୁର ସୁର,

କିଛି ବି ତୋ ଅନ୍ତରେ କି ଆଣେ ନାହିଁ ପରିବର୍ତ୍ତନ ?

 ସ୍ଥିର ଚିତ୍ତେ ଥାଉ ରହି ସଂସାର ତ୍ୟାଗୀ ତପସ୍ୱୀ ସମ,

ପାଷାଣ ଦେହେ ସତେ କି କେବେ ତୋ, ହୁଏନାହିଁ ଶିହରଣ ?


ତୋ ସାଥେ ଥାଇ ସବୁଜ ବନାନୀ,ମୁକ୍ତ ବିହଂଗର କୂଜନ,

ମଳୟର ମଧୁ ଛୁଆଁ, ପଲାଶର ରକ୍ତିମ ଆଭାରେ ସଜ୍ଜିତ ,

ତୋ ପାଷାଣ ଶରୀର କେବେ କି ହୁଏନି ଅସ୍ଥିର,ବ୍ୟାକୁଳ?

ଧ୍ୟାନମଗ୍ନ ଯୋଗୀ ପରି ଥାଉ ସଦା ତୁ ଅବିଚଳିତ,ଶାନ୍ତ,ସ୍ଥିର ।

ନିଶ୍ଚଳ,ନିର୍ଭୟ,ଅଭିମାନେ ଉର୍ଦ୍ଧ୍ବେ ଦୃଷ୍ଟି କରି ନିବଦ୍ଧ ତୁ ଦୃଢ଼,ଅଚଳ,

ସାଗର ପାରେନି ତୋ ବିଶାଳ ହୃଦୟ କୁ କରି ଅସ୍ଥିର, ବିଚଳିତ,

ପାଷାଣରେ ଗଢା ତୋ ଅବୟବ ,ହୃଦୟ ଥାଏ ତୋ ସଦା କଠିନ,ଶକ୍ତ ।

ତଥାପି ପକ୍ଷୀ କୂଜନ,ସବୁଜ ବନାନୀ ର ସବୁଜିମା,ପଲାଶର ରଙ୍ଗ,

ତୋ କଠିନ କାୟା ଦେହେ ସୃଷ୍ଟି କରିଥାଏ ଏକ ଅପୂର୍ବ ମାଧୁର୍ଯ୍ୟ,

ସେତେବେଳେ ତୋ ଦେହେ ମୁଁ ଦେଖେ ଏକ ଅଦ୍ଭୁତ ଆକର୍ଷଣ,

 ଆଉ ଦେଖି ତୋର ସେଇ ଅପୂର୍ବ ରୂପ ସମ୍ଭାର ହୁଏ ମୁଁ ସ୍ତବ୍ଧ, ସ୍ତମ୍ଭିଭୂତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍